SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Weather Report: ଓଡ଼ିଶାର ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ! ସକାଳୁ ଦୃଶ୍ୟମାନ କ୍ଷମତା କମିବା ଆଶଙ୍କା

କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନ କ୍ଷମତା କମିବାର ଆଶଙ୍କା ରହିଛି। ତେଣୁ ଭୋର୍ ଓ ସକାଳ ସମୟରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ସତର୍କ ରହିବା ଆବଶ୍ୟକ। ଗାଡ଼ି ଚଳାଇବା ସମୟରେ ଗତି ନିୟନ୍ତ୍ରଣ କରିବା ସହ ଆଗରେ ଥିବା ଯାନବାହନଠାରୁ ଉପଯୁକ୍ତ ଦୂରତା ରଖିବା ଜରୁରୀ।

Written By Priyambada Rana Edited By Priyambada Rana
Published: Nov 25, 2026, 07:35 IST | Updated: Nov 25, 2026, 07:38 IST
Image Credit: AI
Join

Odisha Weather Report: ରାଜ୍ୟରେ ଶୀତର ପ୍ରଭାବ ଧୀରେ ଧୀରେ ବଢ଼ୁଥିବାବେଳେ ଏବେ କୁହୁଡ଼ିକୁ ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଓଡ଼ିଶାର ୯ଟି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଫଗ୍ ଫୋରକାଷ୍ଟ ଜାରି କରାଯାଇଛି।

କେଉଁ ୯ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ?
ପାଣିପାଗ ବିଭାଗର ସୂଚନା ଅନୁସାରେ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଭୋର୍ ଓ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ।

ALSO READ: Warning Signs of a Heart Attack: ହୃଦଘାତ ପୂର୍ବରୁ ଶରୀର ଦେଇଥାଏ ଏହି ୧୧ଟି ସଙ୍କେତ!

ବିଶେଷ କରି ଉପରୋକ୍ତ ଜିଲ୍ଲାଗୁଡ଼ିକର କେତେକ ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ମାନଚିତ୍ରରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ିର ସଙ୍କେତ ମଧ୍ୟ ଦିଆଯାଇଛି। ଏହି ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ଅଧିକ ଏବଂ ୨୦୦ ମିଟରରୁ କମ୍ ରହିପାରେ।

ସକାଳୁ ଯାତାୟାତ ସମୟରେ ସତର୍କତା ଜରୁରୀ:
କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନ କ୍ଷମତା କମିବାର ଆଶଙ୍କା ରହିଛି। ତେଣୁ ଭୋର୍ ଓ ସକାଳ ସମୟରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ସତର୍କ ରହିବା ଆବଶ୍ୟକ। ଗାଡ଼ି ଚଳାଇବା ସମୟରେ ଗତି ନିୟନ୍ତ୍ରଣ କରିବା ସହ ଆଗରେ ଥିବା ଯାନବାହନଠାରୁ ଉପଯୁକ୍ତ ଦୂରତା ରଖିବା ଜରୁରୀ।

 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୨୪ ନଭେମ୍ବର ୨୦୨୬ରେ ଜାରି ହୋଇଥିବା ଏହି ପୂର୍ବାନୁମାନ ୨୫ ନଭେମ୍ବର ସକାଳ ୮ଟା ୩୦ ପର୍ଯ୍ୟନ୍ତ ବୈଧ ରହିବ। ତେଣୁ ସକାଳୁ ବାହାରକୁ ଯିବା ପୂର୍ବରୁ ପାଣିପାଗ ସ୍ଥିତି ପ୍ରତି ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES