Vigilance Raid: ଲାଞ୍ଚ ନେଇ ବନ୍ଧା ହେଲେ ସରକାରୀ କଲେଜ ଅଧ୍ୟକ୍ଷ
Vigilance Raid: ବଲାଙ୍ଗୀର ସରକାରୀ କଲେଜ ଅଧ୍ୟକ୍ଷ ସୁରେଶ ଦଳ ବେହେରା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ଘଟଣାରେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଗିରଫ କରିଛି।
Vigilance Raid: ବଲାଙ୍ଗୀର ସରକାରୀ କଲେଜ ଅଧ୍ୟକ୍ଷ ସୁରେଶ ଦଳ ବେହେରା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ଘଟଣାରେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଗିରଫ କରିଛି। ସୂଚନା ଅନୁସାରେ, ଅଧ୍ୟକ୍ଷ ସୁରେଶ ଦଳ ବେହେରା ସରକାରୀ କଲେଜ୍ ରେ କାର୍ଯ୍ୟରତ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ପୁନଃ ନିଯୁକ୍ତି ଓ ଦରମା କରାଇବା ପାଇଁ ନେଉଥିଲେ ଲାଗି ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଉପାୟ ଶୂନ୍ୟ ହୋଇ ୯ ଇନଷ୍ଟ୍ରକ୍ଟର ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ଏବଂ ଅଗ୍ରୀମ ୩୦ ହଜାର ଟଙ୍କା ଯୋଜନା ମୁତାବକ ଦେଉଥିବା ବେଳେ ଭିଜିଲାମ୍ସ ମାଡି ବସଥିଲା। ଫଳରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITI କଲେଜ ପ୍ରିନ୍ସିପାଲ ସୁରେଶ ଦଳବେହେରାଙ୍କ ସମ୍ପତ୍ତି ଉପରେ ଚଢାଉ ହୋଇଥିଲା। ସୁନ୍ଦରଗଡ଼, ଜଟଣୀ, ରାଉରକେଲା, କଟକ ଓ କେନ୍ଦ୍ରାପଡ଼ାରେ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ୨ଟି କୋଠା ଓ ୧୧ଟି ପ୍ଲଟ୍ ରହିଛି। ଏହାସହ ୫ ଲକ୍ଷ ୧୬ ହଜାର ଟଙ୍କା ନଗଦ ଟଙ୍କା ସହ ୨୬୩ ଗ୍ରାମ୍ ସୁନା ଓ ଅଢ଼େଇ କିଲୋ ରୁପା ଜବତ ହୋଇଛି। ଗୋଟିଏ କାର୍ ଓ ୩ଟି ବାଇକ୍ ଠାବ କରିଛି ଭିଜିଲାନ୍ସ।
ALSO READ: Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍
ALSO READ: IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି