• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Govt Officials Leaves Cancelled: ବାତ୍ୟା ଲାଗି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ,ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

Govt Officials Leaves Cancelled: ବାତ୍ୟା ଲାଗି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ,ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

Govt Officials Leaves Cancelled: ବାତ୍ୟା ଲାଗି ୧୬ ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ରାଜସ୍ବମନ୍ତ୍ରୀ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି।

Written ByNarmada BeheraEdited ByNarmada Behera
Published: Oct 24, 2026, 08:33 AM IST|Updated: Oct 24, 2026, 08:37 AM IST
joinshare
Govt Officials Leaves Cancelled: ବାତ୍ୟା ଲାଗି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ,ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ
Image Credit: ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Govt Officials Leaves Cancelled: ବାତ୍ୟା ଲାଗି  ୧୬ ଜିଲ୍ଲା ଉପରେ  ସ୍ବତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ରାଜସ୍ବମନ୍ତ୍ରୀ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ  ଚିହ୍ନଟ ସହ  ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖିବାକୁ  ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ବୟ ବୈଠକ କରାଯାଇଛି।  ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଥିବା ବେଳେ ବିନା ଅନୁମତିରେ କର୍ମଚାରୀମାନେ ବାହାରକୁ ଯାଇପାରିବେ ନାହିଁ। ନିୟମ ନମାନି ଛୁଟିରେ ଯାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡିଲେ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। 

     

    Warning for Odisha. Day-1 to Day-3: No Warning. Day-4 : Isolated Thunderstorm with Lightning and Gusty Wind. Day-5 & Day-6: Isolated Extremely Heavy Rainfall. Day-7: Isolated Heavy to Very Heavy Rainfall. #odisha #weather #warning https://t.co/BJzMxWrXay

    — Meteorological Centre, Bhubaneswar (@mcbbsr) October 23, 2026

     

    ସାମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ ଅଛନ୍ତି।  ଆନ୍ଧ୍ରପ୍ରଦେଶର କାନିକଡା ଏବଂ ଓଡ଼ିଶା ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।  ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ଅଭିମୁଖେ ଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଜୋର୍ କରିଛନ୍ତି। ବାତ୍ୟା ମୁକାବିଲା ନେଇ  ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ମେସେଜ୍ ମାଧ୍ୟମରେ ଲୋକଙ୍କୁ ସଚେନତ କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାତ୍ୟା ଛତିଶଗଡ, ଝାରଖଣ୍ତ ଆଡ଼କୁ ଯିବାର ଆକଳନ କରାଯାଉଥିଲେ ମଧ୍ୟ ଏହା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ, ବାତ୍ୟା ସତର୍କ ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି। 

    ALSO READ: Cyclone Alert: ୨୬ରେ ବାତ୍ୟା! ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ତଫଲ୍

    ହେଲେ ଏପଟେ, ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୬ ତାରିଖ ଠାରୁ ରାଜ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୬ରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବ। ୨୭ ତାରିଖ ଠାରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ଅତି ପ୍ରବଳ ବର୍ଷା ରେକର୍ଡ଼ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ୨୭ର ଗଂଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ବାକି ୧୬ ଜିଲ୍ଲାକୁ ଅରେଂଜ ଓ ଏହଂ ବାକି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୮ ତାରିଖରେ ରାଜ୍ୟରେ ସମାନ ପାଣିପାଗ ସ୍ଥିତି ରହିବ। ୨୯ ବେଳକୁ ବାତ୍ୟା ଓଡି଼ଶା ସୀମା ଅତିକ୍ରମ କରିବା ପରେ  ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରାଯାଇନାହିଁ। ଏବେ ୪ ଦିନ ଅର୍ଥାତ୍ ୨୬ ତାରିଖ ଯାଏଁ ଉଭୟ ଦିନ ଓ ରାତି ତାପମାତ୍ରା  କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ। ୨୭ ତାରିଖରୁ ଦିନ ଓ ରାତି ତାପମାତ୍ରା  ଉଭୟ ୩ ଡିଗ୍ରୀ ଯାଏଁ  ହ୍ରାସ ପାଇବ।

     

    Add Zee News as a Preferred Source
    TAGS:
    Odia News