କଟକ: ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ । କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସହ କ୍ୟାରିୟର ଶେଷ କରିବାକୁ ଧମକ ମିଳିଛି ବୋଲି ସନ୍ତୋଷିନୀ ଅଭିଯୋଗ କରିଛନ୍ତି ।
ଚୌଦ୍ବାର ଥାନାରେ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ଆରମ୍ଭ ନେଇ ଗୃହ ବିଭାଗକୁ ଅବଗତ କରିଛି କମିଶନରେଟ ପୋଲିସ ।
ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସାଶନ ସଚିବ ଓ ଜେଲ୍ ଡିଜିଙ୍କୁ ନୋଟିସ୍ ଜାରି ହୋଇଛି । ଅତିରିକ୍ତ ମୁଖ୍ୟ ସାଶନ ସଚିବ ହେମନ୍ତ ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ନୋଟିସ୍ ଜାରି ହୋଇଛି । ପାର୍ଲାମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିରେ ହାଜିରା ପାଇଁ ଉଭୟଙ୍କୁ ଚିଠି ହୋଇଛି ।