Odisha Cm Mayurbhanj Tour: ଆଜି ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ଆଗୁଆଡ଼ ଗ୍ରାମରେ ଆଦିବାସୀ କୁଡୁମୀ ସମାଜ ପକ୍ଷରୁ ସ୍ଥାନୀୟ ଯୁବକ ସଂଘ ମିଳିତ ସହଯୋଗରେ ଜାତୀୟ ବନ୍ଦନା ପରବ-୨୦୨୬ ପାଳନ କରାଯାଉଛି। କୁଡୁମି ସମାଜର ଭାଷା ,ସଂସ୍କୃତି, ପରମ୍ପରା, ଓ ଏତକାକୁ ଜାତୀୟ ସ୍ତରରେ ପରିଚିତ କରାଇବା ହେଉଛି ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ। ବୁଧବାର ଏହାର ଶୁଭାରମ୍ଭ ହୋଇଥିବା ବେଳେ (ଶୁକ୍ରବାର) ଆଜି ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ଦିବସରେ ଜାତୀୟ ସ୍ତରୀୟ ବାନ୍ଦନା ପର୍ବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ହେଲିକପ୍ଟର ଯୋଗେ ଆସି ଆଗୁଆଡ଼ ପଡିଆରେ ଅବତରଣ କରିବେ। ଏବଂ ଜାତୀୟ ବନ୍ଦନା ପର୍ବ ୨୦୨୬ରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।