Road Accident: ଭୟଙ୍କର ସଡ଼କ ଦୁର୍ଘଟଣା!ସୌଭାଗ୍ୟ ବସତଃ କୌଣସି ଜୀବନ ହାନୀ ଘଟନି। ଯାଜପୁର ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବଡ଼ଚଣାରେ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ପଛରୁ ପିଟିଛି ଟୁରିଷ୍ଟ ବସ୍। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭିଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।
ସୂଚନା ଅନୁସାରେ, ଭୋର ସମୟରେ କିଛି ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ପଶ୍ଚିମବଙ୍ଗର ମେଦିନୀପୁରରୁ ପୁରୀ ଯାଉଥିଲା। ହେଲେ, ଏହି ସମୟରେ ନିୟନ୍ତ୍ରଣ ହରାଇ ବସଟି ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ୧୬ ଜଣ ଆହତ ହୋଇଥିଲେ।,ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।
ଅନ୍ୟପଟେ, ଭଦ୍ରକ ବାସୁଦେବପୁର ବିରସ ଠାରେ ପୋଲିସ ଭେନ ଓ ଲୁହା ଏଙ୍ଗଲ ବୋଝେଇ ଟ୍ରଲର ମୁହାଁମୁହିଁ ଧକ୍କା। ଦୁଇଜଣ ମୃତ ୨ଜଣ ଜଣ ଗୁରୁତର। ସମସ୍ତେ ପୁରୀ ଜିଲ୍ଲାର ପୋଲିସ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୋବାଇଲ ଚୋରି ମାମଲାରେରେ ତଦନ୍ତ ସାରି ଧାମରା ଆଡୁ ଆସୁଥିବା ସମୟରେ ବିପରୀତ ଦିଗରୁ ଧାମରା ଆଡକୁ ଯାଉଥିବା ଟ୍ରଲର ସହ ଧକା ହେଇଥିଲା। ପୁରୀ ପୋଲିସ୍ ମୋବାଇଲ୍ ଚୋରି ରାକେଟ୍ ଧରିବାକୁ ଭଦ୍ରକ ଯାଇ ଦୁର୍ଘଟଣାର ଶିକାର ହେଲା ଭ୍ୟାନ୍। ଭ୍ୟାନରେ ରହିଥିଲେ ଜଣେ ଏସଆଇ,ହୋମଗାର୍ଡ(ଡ୍ରାଇଭର) ସହ ୨ଜଣ କନେଷ୍ଟବଳ। ଦୁର୍ଘଟଣାରେ ଦୁଇ କନଷ୍ଟେବଳ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ କଟକ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ କନଷ୍ଟେବଳ ହେଉଛନ୍ତି ଅଜୟ ବା ଓ ଅନ୍ୟ ଜଣେ ହିମାନ୍ସୁ ରାୟ ବୋଲି ସିଟି ଡିଏସପି ରଶ୍ମୀରଂଜନ ମହାପାତ୍ର କହିଛନ୍ତି।