• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Vigilance Raid:ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ମିଳିଲା ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା

Vigilance Raid:ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ମିଳିଲା ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା

Vigilance Raid: ଓଡ଼ିଶା ଭିଜିଲାନ୍ସ ଟିମ୍ କୁ ମିଳିଛି ବଡ଼ ସଫଳତା। ବିଳମ୍ବିତ ରାତିର ଅପରେସନ କରି ଜଣେ ଉଚ୍ଚ ଅଧିକାରୀଙ୍କୁ ଅଟକାଇବା ସହ ତାଙ୍କ ଠାରୁ ପ୍ରାୟ ନଗଦ ୨୧,୮୮,୬୨୦ ଟଙ୍କା ଜବତ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Written ByNarmada BeheraEdited ByNarmada Behera
Published: Oct 17, 2026, 12:28 PM IST|Updated: Oct 17, 2026, 12:34 PM IST
joinshare
Vigilance Raid:ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ମିଳିଲା ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା
Image Credit: Vigilance Raid:ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ମିଳିଲା ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    (ମନୋଜ ମାଲ୍ୟା /ଭୁବନେଶ୍ବର) Vigilance Raid: ଓଡ଼ିଶା ଭିଜିଲାନ୍ସ ଟିମ୍ କୁ ମିଳିଛି ବଡ଼ ସଫଳତା।  ବିଳମ୍ବିତ ରାତିର ଅପରେସନ କରି ଜଣେ ଉଚ୍ଚ ଅଧିକାରୀଙ୍କୁ ଅଟକାଇବା ସହ ତାଙ୍କ ଠାରୁ ପ୍ରାୟ  ନଗଦ ୨୧,୮୮,୬୨୦ ଟଙ୍କା ଜବତ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

    ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଆଦାୟ କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ସ୍ଲୁଇସ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ଅଟକାଇଥିଲା। ସେ ନିଜର ସରକାରୀ ଭାବେ ଭଡ଼ାରେ ନେଇଥିବା ବୋଲେରୋ ଗାଡ଼ିରେ ଯାତ୍ରା କରୁଥିବା ବେଳେ ତାଙ୍କ ପାଖରୁ ୭,୨୮,୬୨୦ ଟଙ୍କାର ଅହେତୁକ ତଥା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଥିଲା।

     

    Based on tip-off reg collection of bribes from contractors, #Odisha #Vigilance intercepted Prasanjit Das, Superintending Engr, Mahanadi Div, Jagatpur #Kataka, & suspected illgotten cash Rs 21,88,620/- Lakhs was recovered & seized. Case under PC Act regd. Investigation continues. https://t.co/eiuyujAku1

    — Odisha Vigilance (@OdishaVigilance) October 17, 2026

     

    ALSO READ: LK Advani Health Update: ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସପିଟାଲ୍ ରେ ଭର୍ତ୍ତି

    ALSO READ: Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

    ତାଙ୍କୁ ଅଟକ ରଖାଯିବା ପରେ, ଆଜି ଭୋର ସମୟରେ ଭୁବନେଶ୍ୱରର ଘାଟିକିଆସ୍ଥିତ ''ଟ୍ରାଇଡେଣ୍ଟ ଗାଲାକ୍ସି'' ଆପାର୍ଟମେଣ୍ଟର ଫ୍ଲାଟ ନଂ D-401ରେ ଥିବା ତାଙ୍କ ଭଡ଼ା ଘର ଏବଂ ବଡ଼ଗଡ଼ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ତଲାସି ସମୟରେ ତାଙ୍କ ଭଡ଼ା ଫ୍ଲାଟରୁ ଅଧିକ ୧୪,୬୦,୦୦୦ ଟଙ୍କା ନଗଦ ଜବତ କରାଯାଇଛି।

    ଅଧୀକ୍ଷଣ ଯନ୍ତ୍ରୀ  ଏହି ବିପୁଳ ପରିମାଣର ନଗଦ ଅର୍ଥ (ସର୍ବମୋଟ ୨୧,୮୮,୬୨୦ ଟଙ୍କା) ସମ୍ପର୍କରେ କୌଣସି ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସମସ୍ତ ଟଙ୍କାକୁ ଜବତ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ତାଙ୍କୁ ଅଟକ ରଖାଯିବା ସହ ଅର୍ଥର ଉତ୍ସ ଜାଣିବା ପାଇଁ ପଚରାଉଚରା ଜାରି ରହିଛି।

    ଏହି ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୨୪ (ତାରିଖ ୧୬.୧୦.୨୦୨୬), ଦୁର୍ନୀତି ନିବାରଣ ଆଇନ (PC Act), ୧୯୮୮ (ସଂଶୋଧିତ ଆଇନ ୨୦୧୮) ର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି।
     

    Add Zee News as a Preferred Source
    TAGS:
    Odia News