Kotia Dispute: ବଡ଼ ଆକ୍ସନ୍! କୋଟିଆରେ ଆନ୍ଧ୍ର ବୁଥ୍ ସିଲ୍ କଲା ଓଡ଼ିଶା ପୋଲିସ
Kotia Dispute: ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ! ହେଲେ, ତାହା ପୂର୍ବରୁ ଆସିଛି ଏକ ବଡ଼ ଅପଡେଟ୍। କୋଟିଆରେ ଆନ୍ଧ୍ର ବୁଥ୍ ନେରେଡିବାଲସା ଓ ଉପରସେମ୍ବିରେ ଓଡିଶା ପୋଲିସ୍ ସିଲ୍ କରିଥିବା ସୂଚନା ମିଳିଛି।
Kotia Dispute: ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ! ହେଲେ, ତାହା ପୂର୍ବରୁ ଆସିଛି ଏକ ବଡ଼ ଅପଡେଟ୍। କୋଟିଆରେ ଆନ୍ଧ୍ର ବୁଥ୍ ନେରେଡିବାଲସା ଓ ଉପରସେମ୍ବିରେ ଓଡିଶା ପୋଲିସ୍ ସିଲ୍ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ନେରେଡିବାଲସାରେ ମତଦାନ କେନ୍ଦ୍ର କରିବେ ନାହିଁ ଆନ୍ଧ୍ର ବୋଲି ସୂଚନା ଦେଇଛନ୍ତି ପାର୍ବତୀପୁରମ ଏଡିଏମ୍ ଆର୍. ମାଧବୀ। ଏନେଇ କୋରାପୁଟ୍ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ହେବା ପରେ ଆନ୍ଧ୍ର ସରକାର ଏହି ନିସ୍ପତ୍ତି ନେଇଛନ୍ତି। ସେପଟେ, ଓଡ଼ିଶା ପୋଲିସ ଆନ୍ଧ୍ର ଚେକ୍ ପୋଷ୍ଟକୁ ନିଜ କବଜ୍ଜାକୁ ନେଇଥିବା ଜଣାପଡିଛି।
ସେପଟେ, କୋରାପୁଟ୍ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ଯେ,ଆନ୍ଧ୍ର ନିର୍ବାଚନ କରିପାରିବ ନାହିଁ କି ଲୋକେ ଭୋଟ ଦେବେ ନାହିଁ। ସମସ୍ତଙ୍କ ସ୍ୱର ଏକ କୋଟିଆ ପାଇଁ। କୋରାପୁଟ - କୋଟିଆ ରେ ଯେଉଁମାନେ ବି ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଓ ପ୍ରଶାସନ ସମେତ ସର୍ବଦଳୀୟ ନେତା ଓ କର୍ମୀ କୋଟିଆ ର ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି।