• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...

Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...

Kotia Issue:ପୁଣି ଚର୍ଚ୍ଚାରେ କୋଟିଆ। କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏନେଇ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ଓଡ଼ିଶା ପୋଲିସ। ପରିସ୍ଥିତି ଏପରି ହୋଇଛି ଯେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

Written ByNarmada BeheraEdited ByNarmada Behera
Published: Nov 04, 2026, 06:50 PM IST|Updated: Nov 04, 2026, 06:59 PM IST
joinshare
Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kotia Issue:ପୁଣି ଚର୍ଚ୍ଚାରେ କୋଟିଆ। କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏନେଇ  ମୁହାଁମୁହିଁ ହୋଇଛନ୍ତି  ଆନ୍ଧ୍ର ଓ ଓଡ଼ିଶା ପୋଲିସ। ପରିସ୍ଥିତି ଏପରି ହୋଇଛି ଯେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏ-ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ୨୦୨୪ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୃତିକୁ ମନେ ପକାଇ ଦେଇଛନ୍ତି ନବୀନ୍। ସେ ଚିଠିରେ ଲେଖିଛନ୍ତି ଯେ, ଇସ୍ତାହାର ଅନୁସାରେ କୋଟିଆର ସମାଧାନ କର, କାହିଁକିନା ଆନ୍ଧ୍ର ଓ ଓଡ଼ିଶାରେ ଏନଡିଏ ସରକାର ଅଛି।  

    ସେପଟେ, କୋଟିଆ ପ୍ରସଙ୍ଗକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ମଧ୍ୟରେ ଆନ୍ଧ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ଅଞ୍ଚଳରେ ଦୁଇ ଜଣ ସରପଞ୍ଚ ଓ ଦୁଇ ଜଣ ସମିତି ସଭ୍ୟ କିପରି ରହିବେ ବୋଲି ପ୍ରଶ୍ନ କରିବା ସହ ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ।

    ALSO READ: Odisha News: ଓଡ଼ିଶା ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ଅଞ୍ଚଳ, ମାଲକାନଗିରି ଝୁଣ୍ଡାର ୨ଟି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! ସୁର କହିଲେ...

    ALSO READ: Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି

    ସେ କହିଛନ୍ତି, କୋଟିଆ ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି। ସେହି ଅଞ୍ଚଳରେ ଆନ୍ଧ୍ର ସରକାରଙ୍କର କୌଣସି ସରକାରୀ କାର୍ଯ୍ୟାଳୟ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଅଞ୍ଚଳର ପୋଲିସ ଅଧିକାର କ୍ଷେତ୍ର ମଧ୍ୟ ଓଡ଼ିଶା ଅଧୀନରେ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର ଏଭଳି କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

    ୨୦୨୧ ମସିହାରେ ଆନ୍ଧ୍ର ପକ୍ଷରୁ ଧର୍ମାନୁଷ୍ଠାନ ଭିତରେ ପ୍ରବେଶ କରି ପୋଲିଂ ବୁଥ୍ କରାଯାଇଥିଲା। କିନ୍ତୁ ଏଥର ସେଭଳି କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁରେଶ ପୂଜାରୀ। ଏଥର ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟର ଜନତା, ନେତା ଓ ସରକାରୀ କର୍ମଚାରୀ ଏକାଠି ହୋଇଛନ୍ତି। ସ୍ଥାନୀୟ ଲୋକେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଚିରି ପ୍ରତିବାଦ କରୁଛନ୍ତି। ଜଣେ ସବ୍‌କଲେକ୍ଟର ମଧ୍ୟ ଆନ୍ଧ୍ରର ଏଭଳି ଉଦ୍ୟମ ବିରୋଧରେ ଲଢ଼ୁଛନ୍ତି। ଏଥିରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇଥିବା ସେ କହିଛନ୍ତି।

    କୋଟିଆରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସେଠାରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଆଜି ଆଉ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ପ୍ରଶାସନିକ ଅଧିକାରୀଙ୍କ ସହ ସାମାଜିକ କର୍ମୀ ଓ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବିଭିନ୍ନ ବର୍ଗର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ରହିବେ।

    କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇ ଜାରି ରହିବା ସହ ଅନ୍ୟ କେଉଁ ଆଇନଗତ ପଦକ୍ଷେପ ନିଆଯାଇପାରିବ। ସେନେଇ ମଧ୍ୟ ସରକାର ବିଚାର କରୁଛନ୍ତି। କୌଣସି ପରିସ୍ଥିତିରେ ଓଡ଼ିଶାର ଅଭିମାନ, ଅସ୍ମିତା ଓ ଭୂଗୋଳ ସହ କାହାକୁ ଖେଳିବାକୁ ଦିଆଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
     

    Add Zee News as a Preferred Source
    TAGS:
    Kotia