SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Pm Modi: ଆସନ୍ତାକାଲି ଓଡ଼ିଆ ଆସିବେ ମୋଦୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

Pm Modi: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦ୍ର ମୋଦୀ।ଆସନ୍ତାକାଲି ମୋଦୀ ଓଡି଼ଶା ଗସ୍ତରେ ଆସିବେ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨ ଘଣ୍ଟା ୨୫ ମିନିଟ୍ ରହିବେ। ରବିବାର ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।

Written By Narmada Behera Edited By Narmada Behera
Published: Oct 24, 2026, 09:19 AM IST | Updated: Oct 24, 2026, 09:22 AM IST
Image Credit: କାଲି ଓଡ଼ିଆ ଆସିବେ ମୋଦୀ
Join

Pm Modi: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦ୍ର ମୋଦୀ।ଆସନ୍ତାକାଲି  ମୋଦୀ ଓଡି଼ଶା ଗସ୍ତରେ ଆସିବେ।  ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨ ଘଣ୍ଟା ୨୫ ମିନିଟ୍ ରହିବେ। ରବିବାର ଅପରାହ୍ନ ୪ଟା ୧୦ରେ  ଭୁବନେଶ୍ବର  ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ହଜାର ହଜାର କର୍ମୀ ସ୍ବାଗତ କରିବେ।  ଏହା ପରେ ସ୍ବତନ୍ତ୍ର  ହେଲକପ୍ଟର ଯୋଗେ ମୋଦୀ ଖୋର୍ଦ୍ଧା ହେଲିପ୍ୟାଡ ଯିବେ।  ସେଠାରେ ୪ଟା ୩୫ରେ ପହଞ୍ଚିବେ।  ଆରବିଆଇର ଗ୍ରୀନ୍  ଫିଲ୍ମ ଡାଟା ସେଣ୍ଟର  ଉଦଘାଟନ କରିବାର କାର୍ଯ୍ୟକ୍ରମରେ ୪ଟା ୪୫ ରେ ପହଞ୍ଚି ପ୍ରାୟ ୧ ଘଣ୍ଟା ରହିବେ।  

ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ୍ ସହ ଅଭିଭାଷଣ ଦେବେ। ୫ଟା ୪୫ ରେ ପ୍ରଧାନମନ୍ତ୍ରୀ ସେଠାରୁ ଆସି ଭୁବନେଶ୍ବର ବିମାନ ବନ୍ଦର ରେ ପହଞ୍ଚିବେ।  ସଂନ୍ଧ୍ୟା ୬ଟା ୩୫ ମିନିଟ୍ ରେ ଭୁବନେଶ୍ବରରୁ ଦିଲ୍ଲୀ ଫେରିଯିବେ।  ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ପ୍ରକାଶ ପାଇଥିବା ବେଳେ ଏହି ଗସ୍ତ ଲାଗି ବିଜେପି କର୍ମୀଙ୍କ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।

ALSO READ: Govt Officials Leaves Cancelled: ବାତ୍ୟା ଲାଗି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ,ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

ALSO READ: Cyclone Alert: ୨୬ରେ ବାତ୍ୟା! ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ତଫଲ୍

ତେବେ,  ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ଦେଶର ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ବ୍ୟବସ୍ଥା ର ଡିଜିଟାଲ୍ ସୁରକ୍ଷାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।  ଜଟଣୀ ଇନ୍ ଫୋ ଭ୍ୟାଲି-୨ରେ ୧୮.୫୫ ଏକର ଜମିରେ ଏହି ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ନିର୍ମାଣ କରାଯାଇଛି। ପ୍ରକଳ୍ପ ପାଇଁ ପ୍ରାୟ ୧୬୯ ରୁ ୧୭୦ କୋଟି ଟଙ୍କା ବ୍ବୟ ହୋଇଛି। ମହାରାଷ୍ଟ୍ରର ନଭି ମୁମ୍ବାଇ ସ୍ଥିତି ଖାରଘରରେ ଥିବା  ଆରବିଆଇର  ପ୍ରାଥମିକ ଡାଟା ସେଣ୍ଟର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ବ୍ୟାକ୍ ଅପ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି।

 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES