Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସାରିଛି ଏବଂ ନଭେମ୍ୱର ୧୫ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ଫଳରେ ବାତ୍ୟାର ଆଶଙ୍କା ବଢିଛି । ଅନ୍ୟପଟେ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରି ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
Rainfall Forecast for the State. Day-1 to Day-5: Dry. Day-6 & Day-7: Light to Moderate Rainfall. #Odisha #odishaweather #WeatherUpdate https://t.co/ENTNxFKj6o
— Meteorological Centre, Bhubaneswar (@mcbbsr) November 13, 2026
ଆଜିଠାରୁ ୧୮ ନଭେମ୍ୱର ସକାଳ ୮ଟା ୩୦ ଯାଏଁ କୌଣସି ଆଲର୍ଟ ଜାରି କରାଯାଇନଥିବା ସମୟରେ ତା ପରଠୁ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ସକାଳ ୮ଟା୩୦ରୁ ୧୯ ତାରିଖ ସକାଳ ୮ଟା ୩୦ ମଧ୍ୟରେ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଲର୍ଟ ଜାରି କରାଯାଇଥିବା ସ୍ଥାନରେ ୭ରୁ ୧୧ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ବଜ୍ରପାତ ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିପାରେ ।
Warning for Odisha. Day-1 to Day-5: No Warning. Day-6 & Day-7: Isolated Heavy Rainfall, Thunderstorm, Lightning and Gusty Wind Warning. #odisha #weather #warning https://t.co/qPsiGbDebA
— Meteorological Centre, Bhubaneswar (@mcbbsr) November 13, 2026
କେବଳ ସେତିକି ନୁହେଁ, ନଭେମ୍ୱର ୧୯ରୁ ୨୦ ତାରିଖ ମଧ୍ୟରେ ପୁରୀ, ଗଞ୍ଜାମ, ଗଜପତି ଏବଂ ରାୟଗଡା ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ବଜ୍ରପାତ ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ସ୍ଥାନରେ ମଧ୍ୟ ୭ରୁ ୧୧ସେମି ମଧ୍ୟରେ ବର୍ଷା ଏବଂ ୩୦ରୁ ୪୦କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
Minimum Temperature Forecast #temperature #weather #WINTER #Odisha https://t.co/9HSTdlMhIB
— Meteorological Centre, Bhubaneswar (@mcbbsr) November 13, 2026