Sundargarh News: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା ହେବା ହୋଇଛି। ଯାହା ଫଳରେ ଟ୍ରକ ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର। ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର । ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ। ଡ୍ରାଇଭର ମାନେ ବିହାର ଅଂଚଳ ର ହୋଇଥିବା ସୂଚନାମିଳିଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ କୋଲ କରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭର ବଞ୍ଚାଇବା କୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଜୋର ରେ ଥିଲା ଯେ ଡ୍ରାଇଭର ଙ୍କୁ ବଞ୍ଚାଇବା ସମ୍ଭବପର ନ ଥିଲା । ଘଟଣାସ୍ଥଳରେ ହିଁ ଜୀଅନ୍ତା ଜଳି ମରିଗଲେ ଦୁଇ ଡ୍ରାଇଭର । ପରବର୍ତ୍ତୀ ସମୟରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଲେଫ୍ରିପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।