SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: SRCଙ୍କ ବଡ଼ ସୂଚନା! ବାତ୍ୟା ପରେ ସ୍ବାଭାବିକ୍ ହୋଇଛି ସ୍ଥିତି ସହ ଚାଲିଛି ଉଦ୍ଧାର କାର୍ଯ୍ୟ...

Odisha News: ବାତ୍ୟା ଅକ୍ବାନ୍ ଯାଇଛି ସତ ହେଲେ ଚାଷୀଙ୍କ ମେରୁଦଣ୍ତ ଦୋହଲାଇ ଦେଇଛି। 'ଅକଭାନ୍'(Akvan) ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ,ଓଡ଼ିଶାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି ।

Written By Narmada Behera Edited By Narmada Behera
Published: Nov 21, 2026, 16:29 IST | Updated: Nov 21, 2026, 16:32 IST
Image Credit: Representative - Social Media
Join

Odisha News: ବାତ୍ୟା ଅକ୍ବାନ୍ ଯାଇଛି ସତ ହେଲେ ଚାଷୀଙ୍କ ମେରୁଦଣ୍ତ ଦୋହଲାଇ ଦେଇଛି। 'ଅକଭାନ୍'(Akvan) ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ,ଓଡ଼ିଶାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି । ଏନେଇ ଏସଆରସି (SRC) ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ବାତ୍ୟା ପରେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଏବଂ କ୍ଷୟକ୍ଷତିର ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜୋରଦାର ଆରମ୍ଭ ହୋଇଯାଇଛି।

ALSO READ: Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

ଯଦିଓ ବାତ୍ୟାଟି ଆନ୍ଧ୍ର ଆଡ଼କୁ ଗତି କରିବାର ଅନୁମାନ କରାଯାଇଥିଲା,ତଥାପି ନଭେମ୍ବର ୧୮ ତାରିଖରେ ଏହା ହଠାତ୍ ନିଜର ଗତିପଥ ବଦଳାଇ ଓଡ଼ିଶା ଆଡ଼କୁ ମୁହାଁଇଥିଲା। ଏନେଇ ବିଶେଷ ଭାବରେ କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ପୁରୀ  ଏବଂ ଜଗତସିଂହପୁର ସମେତ ପ୍ରଭାବିତ ହେବା ପୂର୍ବରୁ ସରକାର ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ। ଏବଂ ମୁକାବିଲା ପ୍ରସ୍ତୁତି କରାଯାଇଥିଲା। ଜିରୋ କାଜୁଆଲିଟିକୁ ଆଧାର କରି, ସରକାର ବିଭିନ୍ନ ପ୍ରକା ପଦକ୍ଷେପ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏକ ଟିମ୍ ଭାବରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିଲେ। ଆଗାମୀ ଦିନରେ,ରାଜ୍ୟ ସରକାର କୃଷି ଫସଲର କ୍ଷୟକ୍ଷତି ଆକଳନ କରିବେ ବୋଲି କହିଛନ୍ତି ଏସଆରସି। ଯାହା ଫଳରେ ପ୍ରଭାବିତ ଚାଷୀମାନେ ସହାୟତା ପାଇପାରିବେ।

 

 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES