SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Vigilance: ରିମାଣ୍ତରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର , ୬୦୬ ଗ୍ରାମ ସୁନା ଜବତ ସହ...

Odisha News: ଭିଜିଲାନ୍ସ ଜାଲରେ ପଡିଥିବା କଟକ-ଜଗତପୁର ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (SE) ପ୍ରସନ୍ନଜିତ ଦାସଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ୍ ଲକରରୁ ୬୦୬ ଗ୍ରାମ୍ ରୁ ଅଧିକ ସୁନା ଅଳଙ୍କାରରୁ ଜବତ ହୋଇଛି।

Written By Narmada Behera Edited By Narmada Behera
Published: Nov 04, 2026, 07:56 PM IST | Updated: Nov 04, 2026, 07:59 PM IST
Image Credit: Representative -Social Media
Join

Odisha News: ଭିଜିଲାନ୍ସ ଜାଲରେ ପଡିଥିବା କଟକ-ଜଗତପୁର ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (SE) ପ୍ରସନ୍ନଜିତ ଦାସଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ୍ ଲକରରୁ ୬୦୬ ଗ୍ରାମ୍ ରୁ ଅଧିକ ସୁନା ଅଳଙ୍କାରରୁ ଜବତ ହୋଇଛି। ଏହା ସହ ତାଙ୍କୁ ତିନି ଦିନିଆ ରିମାଣ୍ତରେ ନିଆଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଧିକାରୀଙ୍କ ଅନୁମୋଦନ ପରେ ତାଙ୍କ ରିମାଣ୍ତ ସମୟରେ ସମ୍ପତ୍ତି ଜବତ ହୋଇଛି।  ଏହି ମାମଲାଟି ପୂର୍ବରୁ ଅକ୍ଟୋବର ୧୭ ତାରିଖରେ ଘଟିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଅଚାନକ ଭାବେ ଭିଜିଲାନ୍ସ ଚଢାଉ କରିଥିଲା ସେ ସନ୍ଦେହଜନକ ଭାବେ ଅବୈଧ ଉପାୟରେ ଅର୍ଜିତ ୭,୨୮,୬୨୦ ଟଙ୍କା ନିଜ ସହ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ। ଏହି ଘଟଣା ପରେ, ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଆଉ ୧୪,୬୦,୦୦୦ ଟଙ୍କା ନଗଦ ମିଳିଥିଲା। ମୋଟ୍ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ଠାରୁ ୨୧,୮୮,୬୨୦ ଟଙ୍କା ଜବତ ହୋଇଛି। ସେହି ଦିନ ହିଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଥିଲା।

ALSO READ: Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...

ALSO READ: Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES