SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Written By Priyambada Rana Edited By Priyambada Rana
Published: Nov 19, 2026, 22:09 IST | Updated: Nov 19, 2026, 22:11 IST
Image Credit: AI
Join

1.Cyclone Akvan Update: ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ୍’ (Akvan)। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ଏହି ସାମୁଦ୍ରିକ ଝଡ଼। ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପଦକ୍ଷେପ ନିଆଯାଉଛି।

2.Cuttack School College: ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ କଟକ ଜିଲ୍ଲାରେ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କେବଳ କଟକ ନୁହେଁ, ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ବାତ୍ୟା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ କିଛି କଠୋର ପଦକ୍ଷେପ ନିଆଯାଇଛି। ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ନଦୀଘାଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

3.Telecome Network: ବାତ୍ୟା ସମୟରେ ଖରାପ ପାଗ ଯୋଗୁଁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ ନେଟୱର୍କକୁ ସୁଦୃଢ଼ କରାଯାଇଛି। ୬ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ ରୋମିଂ (ICR) ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ସକ୍ରିୟ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖିତ ନିର୍ଦ୍ଦେଶ ଅନୁଯାୟୀ, ଏହା ଆଜି ରାତି ୧୧ଟା ୫୯ରୁ ଆସନ୍ତାକାଲି ରାତି ୧୧ଟା ୫୯ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଲାଗୁ ରହିବ।

4.Harishankar Tourism: ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ଓ ୨୧ ତାରିଖ ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ ହରିଶଙ୍କର ମନ୍ଦିର ସମେତ ଏହାର ଆଖପାଖ ଅଞ୍ଚଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଛି। ଏଥିସହ ଜଳପ୍ରପାତରେ ଗାଧୋଇବା ଏବଂ ଗନ୍ଧମାର୍ଦ୍ଦନ ପାହାଡ଼ରେ ଟ୍ରେକିଂ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ବାତ୍ୟାଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

5.Helpline No in Cyclone: ବାତ୍ୟା ‘ଅକ୍ୱାନ୍‌’ ସମୟରେ ସହରାଞ୍ଚଳରେ ନାଗରିକ ସେବା ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଲେ ୧୯୨୯ ନମ୍ବରକୁ ଡାଏଲ୍ କରି ଅଭିଯୋଗ ଜଣାଇବାକୁ କୁହାଯାଇଛି। ଜଳବନ୍ଦୀ, ନର୍ଦମା ସଫା, ରାସ୍ତାରେ ଗଛ ପଡ଼ିବା, ପାନୀୟ ଜଳ ଯୋଗାଣ ସମସ୍ୟା ସମେତ ଅନ୍ୟାନ୍ୟ ନାଗରିକ ସେବା ସମ୍ପର୍କିତ ଅଭିଯୋଗ ଏହି ନମ୍ବରରେ ଜଣାଇପାରିବେ। ଅଭିଯୋଗ କରିବା ସମୟରେ ନିଜ ୱାର୍ଡ ନମ୍ବର, ନିକଟସ୍ଥ ଲ୍ୟାଣ୍ଡମାର୍କ ଏବଂ ସମସ୍ୟାର ସଂକ୍ଷିପ୍ତ ବିବରଣୀ ଦେବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସମସ୍ୟାର ସ୍ଥାନ ଚିହ୍ନଟ କରି ନାଗରିକଙ୍କୁ ଶୀଘ୍ର ସହାୟତା ଯୋଗାଇ ଦିଆଯାଇପାରିବ।

6.Odisha Plus Two Exam: ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଛି ୨୦୨୭ ମସିହାର ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା କାର୍ଯ୍ୟସୂଚୀ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ସୂଚୀ ଜାରି କରାଯାଇଛି। ଏହି ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ।

7.Santoshini Dash Reinstated: ଜେଲର ସନ୍ତୋଷିନୀ ଦାସଙ୍କ ନିଲମ୍ବନ ଆଦେଶକୁ ସରକାର ପ୍ରତ୍ୟାହାର କରିଛନ୍ତି। ନିଲମ୍ବନ ପ୍ରତ୍ୟାହାର ପରେ ତାଙ୍କୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରର ଜେଲର ଭାବେ ବଦଳି କରାଯାଇଛି। ସନ୍ତୋଷିନୀ ଦାସ ପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ର ଦାୟିତ୍ୱରେ ଥିଲେ। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ଏବେ ସେ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଜେଲର ଭାବେ ଦାୟିତ୍ୱ ତୁଲାଇବେ।

ALSO READ: ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

8.Soumyaranjan Pradhan: ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଅଞ୍ଚଳରେ ନିଜ ଦେହରେ ନିଆଁ ଲଗାଇଥିବା ଯୁବତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏମ୍ସ ଭୁବନେଶ୍ୱରରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଇନଫୋସିଟି ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ CCTV ଫୁଟେଜ୍‌, ସାକ୍ଷୀଙ୍କ ବୟାନ, ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ଅନ୍ୟାନ୍ୟ ବୈଷୟିକ ତଥ୍ୟ ଯାଞ୍ଚ କରାଯାଇଛି। ଏହି ତଥ୍ୟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଦେବାର ପ୍ରାଥମିକ ମାମଲା ରହିଥିବା ପୋଲିସ କହିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

9.Kashmir Issue: କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଭାରତ ବିରୋଧରେ ବୟାନ ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌। ଲସ୍କର-ଏ-ତୋଏବା କମାଣ୍ଡର ଲତିଫ ଭଟ୍‌ଙ୍କ ଏନକାଉଣ୍ଟର ଦିନ ସେ କାଶ୍ମୀରରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ବୟାନ ଜାରି କରିଥିଲେ। ଏହି ବୟାନରେ ଶେହବାଜ ସରିଫ୍‌ କହିଛନ୍ତି ଯେ, କାଶ୍ମୀରବାସୀଙ୍କୁ ପାକିସ୍ତାନର ନୈତିକ, ରାଜନୈତିକ ଓ କୂଟନୈତିକ ସମର୍ଥନ ଜାରି ରହିବ। ଜାତିସଂଘର ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀଙ୍କୁ ନିଜ ଭବିଷ୍ୟତ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାର ଅଧିକାର ନମିଳିବା ପର୍ଯ୍ୟନ୍ତ ଏହି ସମର୍ଥନ ଜାରି ରହିବ ବୋଲି ସେ କହିଛନ୍ତି।

10.IND vs NZ:  ୱେଲିଂଟନ୍ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ କ୍ରିକେଟ୍ ଦଳ ଦମ୍‌ଦାର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଫଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ଚାପରେ ରହିଥିବା ନଜର ଆସିଥିଲା। ଏଭଳି ସ୍ଥିତିରେ ଦ୍ୱିତୀୟ ଦିନରେ ଭାରତୀୟ ଦଳଠାରୁ ଆହୁରି ଭଲ ପ୍ରଦର୍ଶନ ଆଶା କରାଯାଉଛି। ବିଶେଷକରି ଦଳର ୫ ଜଣ ଷ୍ଟାର୍ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦଳକୁ ଚାପରୁ ବାହାର କରିବା ସହ ମ୍ୟାଚ୍‌ରେ ଦୃଢ଼ ସ୍ଥିତି ଫେରାଇ ଆଣିବା ପାଇଁ ଏହି ଖେଳାଳିମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES