Odisha Plus Two Exam: ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଛି ୨୦୨୭ ମସିହାର ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା କାର୍ଯ୍ୟସୂଚୀ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ସୂଚୀ ଜାରି କରାଯାଇଛି। ଏହି ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ।
ପରୀକ୍ଷା ସମ୍ପର୍କିତ ବିଜ୍ଞପ୍ତିଟି ୧୯ ନଭେମ୍ବର ୨୦୨୬ରେ ପ୍ରକାଶ ପାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।
ଫେବ୍ରୁଆରୀ ୧୬ରୁ ପରୀକ୍ଷା ଆରମ୍ଭ:
ଫେବ୍ରୁଆରୀ ୧୬ ତାରିଖରେ ବିଜ୍ଞାନ ବିଭାଗର MIL-Odia ବିଷୟରୁ ପରୀକ୍ଷା ଆରମ୍ଭ ହେବ। ଫେବ୍ରୁଆରୀ ୧୭ରେ ଧନ୍ଦାମୂଳକ ଶିକ୍ଷା ବିଭାଗର BFC History, BFC Accountancy ଓ BFC Physics ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରୀ ୧୮ରେ କଳା ଓ ବାଣିଜ୍ୟ ବିଭାଗର MIL-Odia ପରୀକ୍ଷା ଅନୁଷ୍ଠିତ ହେବ।
ଫେବ୍ରୁଆରୀ ୨୦ରେ ଇଂରାଜୀ ପରୀକ୍ଷା:
ଫେବ୍ରୁଆରୀ ୨୦ ତାରିଖରେ ବିଜ୍ଞାନ ବିଭାଗର English ଓ Visual Art ପରୀକ୍ଷା ସହ ଧନ୍ଦାମୂଳକ ଶିକ୍ଷା ବିଭାଗର Political Science, Business Studies and Management ଏବଂ Chemistry ପରୀକ୍ଷା ରହିଛି।

ଫେବ୍ରୁଆରୀ ୨୩ ତାରିଖରେ କଳା ଓ ବାଣିଜ୍ୟ ବିଭାଗର English ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଫେବ୍ରୁଆରୀ ୨୬ରେ ବିଜ୍ଞାନ ବିଭାଗର Physics ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର BFC Mathematics ପରୀକ୍ଷା ରହିଛି।
ଫେବ୍ରୁଆରୀ ୨୭ରେ ଇତିହାସ ଓ ବିଜନେସ୍ ଷ୍ଟଡିଜ୍:
ପ୍ରକାଶିତ କାର୍ଯ୍ୟସୂଚୀରେ ଫେବ୍ରୁଆରୀ ୨୭ ତାରିଖରେ କଳା ବିଭାଗର History ଏବଂ ବାଣିଜ୍ୟ ବିଭାଗର Business Studies and Management ପରୀକ୍ଷା ଉଲ୍ଲେଖ ରହିଛି।

ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସୂଚୀ:
ପରିଷଦ ପକ୍ଷରୁ ଜାରି କାର୍ଯ୍ୟସୂଚୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ବିଷୟ ଅନୁଯାୟୀ ପରୀକ୍ଷା ତାରିଖ ଓ ରେଜିଷ୍ଟ୍ରେସନ୍ ବର୍ଷ ସମ୍ପର୍କିତ ବିବରଣୀ ଦିଆଯାଇଛି।
ତେଣୁ ପରୀକ୍ଷାର୍ଥୀମାନେ ନିଜ ନିଜ ବିଭାଗ, ବିଷୟ ଓ ରେଜିଷ୍ଟ୍ରେସନ୍ ବର୍ଷ ଅନୁଯାୟୀ ପରୀକ୍ଷା ସୂଚୀକୁ ଭଲ ଭାବରେ ଯାଞ୍ଚ କରିବା ସହ ଅନ୍ୟାନ୍ୟ ପ୍ରସ୍ତୁତିକୁ ଜୋରଦାର କରିବା ଆବଶ୍ୟକ।