• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ କଟକ ଜିଲ୍ଲାରେ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 19, 2026, 22:56 IST|Updated: Nov 19, 2026, 23:00 IST
joinshare
Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

    4

    Cyclone Update: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଆକ୍ୱାନ୍’! ୨୦ରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

    5

    ମାନବିକତା ଦେଖାଇଲେ ଜିଲ୍ଲାପାଳ ଓ ଏସ୍‌ପି, ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟ ବୃଦ୍ଧାଙ୍କୁ ନିଜେ ନେଲେ ଆଶ୍ରୟସ୍ଥଳୀ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Cyclone Akvan Update: ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ୍’ (Akvan)। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ଏହି ସାମୁଦ୍ରିକ ଝଡ଼। ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପଦକ୍ଷେପ ନିଆଯାଉଛି।

    ଗୋପାଳପୁରଠାରୁ ୪୧୦, ପୁରୀଠାରୁ ୪୭୦ କିମି ଦୂରରେ ବାତ୍ୟା:
    ବାତ୍ୟା ‘ଅକ୍ୱାନ୍’ ଦ୍ରୁତ ଗତିରେ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୪୧୦ କିଲୋମିଟର ଏବଂ ପୁରୀଠାରୁ ୪୭୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରିଛି ବାତ୍ୟା। ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳ ଉପରେ ରହିଛି ପ୍ରଶାସନର ସ୍ୱତନ୍ତ୍ର ନଜର।

    ALSO READ: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    କଟକରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି:
    ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ କଟକ ଜିଲ୍ଲାରେ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କେବଳ କଟକ ନୁହେଁ, ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।

    The Severe Cyclonic Storm “Akvan” [Pronunciation: Akvan] over the westcentral Bay of Bengal moved northwards with the speed of 13 kmph during past 06 hours and lay centered at 1730 hours IST of today, the 19th November, 2026 over the same region, near Latitude 16.1°N and Longitude 85.2°E, about 270 km south-southeast of Kalingapatnam (Andhra Pradesh), 350 km south of Gopalpur (Odisha), 380 km east of Narsapur (Andhra Pradesh), 420 km south of Puri (Odisha) and 640 km east-northeast of Chennai (Tamil Nadu). It is likely to move north-northwestward and cross North Andhra Pradesh and South Odisha coasts close to Gopalpur, by noon of 20th November, 2026 with the maximum sustained wind speed of 90-100 kmph gusting to 110 kmph.

    — India Meteorological Department (@Indiametdept) November 19, 2026

    କଟକରେ ନଦୀଘାଟ ବନ୍ଦ, ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା:
    ବାତ୍ୟା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ କିଛି କଠୋର ପଦକ୍ଷେପ ନିଆଯାଇଛି। ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ନଦୀଘାଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ନଦୀରେ ବୁଡ଼ ପକାଇବା, ପବିତ୍ର ସ୍ନାନ କରିବା ଏବଂ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହୋଇଛି। ଏଥିସହ ମନ୍ଦିରଗୁଡ଼ିକ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ। କେବଳ ଅଧିକୃତ ସେବାୟତ ଓ ପୂଜକ ଦୈନିକ ନୀତିକାନ୍ତି ସମ୍ପନ୍ନ କରିପାରିବେ। ମନ୍ଦିରରେ ସାଧାରଣ ଭକ୍ତଙ୍କ ସମାଗମ ଉପରେ କଟକଣା ଲଗାଯାଇଛି।

    ୨ ଲକ୍ଷ ୯୮ ହଜାର ଲୋକ ସ୍ଥାନାନ୍ତର: SRC
    ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରସ୍ତୁତି ଚାଲିଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)। ବିଶେଷକରି ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକ ଉପରେ ଅଧିକ ଫୋକସ୍ କରାଯାଉଛି।

    What is Cyclone Landfall? A cyclone landfall occurs when the centre of a tropical cyclone crosses the coastline and moves over land. During land

    — India Meteorological Department (@Indiametdept) November 19, 2026

    SRCଙ୍କ ସୂଚନା ଅନୁଯାୟୀ:

    • ୨,୬୨୩ଟି ସ୍ଥାନରୁ ପ୍ରାୟ ୨ ଲକ୍ଷ ୯୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
    • ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୩୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
    • ଗଜପତି ଜିଲ୍ଲାରୁ ୨୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
    • କନ୍ଧମାଳ ଜିଲ୍ଲାରୁ ୧୩ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି।
    • ୪ ହଜାର ୨୦୦ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
    • ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରଖାଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରହିଛି।

      भीषण चक्रवाती तूफान ‘अकवान’ की ताज़ा जानकारी #SevereCyclonicStormAkvan #CycloneAkvan #AkvanLatestUpdate #CycloneAlert #CycloneWarning #BayOfBengal #AndhraPradeshWeather #OdishaWeather #IMD #WeatherUpdate #CycloneNews #SevereCyclone #RSMCNewDelhi @moesgoi @airnewsalerts @DDNational @ndmaindia @ICRER_MHA

      — India Meteorological Department (@Indiametdept) November 19, 2026

       

    ବାତ୍ୟା ପାଇଁ ଟେଲିକମ୍ ନେଟୱର୍କ ସୁଦୃଢ଼, ୬ ଜିଲ୍ଲାରେ ICR ବ୍ୟବସ୍ଥା:
    ବାତ୍ୟା ସମୟରେ ଖରାପ ପାଗ ଯୋଗୁଁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ ନେଟୱର୍କକୁ ସୁଦୃଢ଼ କରାଯାଇଛି। ୬ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ ରୋମିଂ (ICR) ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ସକ୍ରିୟ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖିତ ନିର୍ଦ୍ଦେଶ ଅନୁଯାୟୀ, ଏହା ଆଜି ରାତି ୧୧ଟା ୫୯ରୁ ଆସନ୍ତାକାଲି ରାତି ୧୧ଟା ୫୯ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଲାଗୁ ରହିବ। ଏହି ବ୍ୟବସ୍ଥା ଦ୍ୱାରା ଗୋଟିଏ ଟେଲିକମ୍ ନେଟୱର୍କ ପ୍ରଭାବିତ ହେଲେ ଅନ୍ୟ ଉପଲବ୍ଧ ନେଟୱର୍କ ମାଧ୍ୟମରେ ମୋବାଇଲ୍ ସେବା ପାଇବାରେ ସହାୟତା ମିଳିପାରିବ।

    ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ, ସତର୍କ ରହିବାକୁ ପରାମର୍ଶ:
    ବାତ୍ୟା ‘ଅକ୍ୱାନ୍’କୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ସାଧାରଣ ଲୋକଙ୍କୁ ଅଯଥାରେ ଘରୁ ବାହାରକୁ ନଯିବା, ନଦୀ ଓ ଜଳାଶୟଠାରୁ ଦୂରେଇ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଉଛି। ବାତ୍ୟାର ଗତିପଥ ଉପରେ ପାଣିପାଗ ବିଭାଗର ନଜର ରହିଥିବା ବେଳେ ଏହାର ମୁକାବିଲା ପାଇଁ ସଜାଗ ରହିଛି ସମଗ୍ର ରାଜ୍ୟ ପ୍ରଶାସନ।

    Add Zee News as a Preferred Source
    TAGS:
    Cyclone Update