Cyclone Update: ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟ ଭୀଷଣ ସାମୁଦ୍ରିକ ଝଡ଼ ‘ଆକ୍ୱାନ୍’ (Akvan) ଏବେ ଉତ୍ତର ଦିଗକୁ ମୁହାଁଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD), ଭୁବନେଶ୍ୱର କେନ୍ଦ୍ରର ସୂଚନା ଅନୁଯାୟୀ, ନଭେମ୍ବର ୧୯ ତାରିଖ ଅପରାହ୍ନ ୨ଟା ୩୦ ସୁଦ୍ଧା ଏହି ବାତ୍ୟା ଅକ୍ଷାଂଶ ୧୫.୬° ଉତ୍ତର ଓ ଦ୍ରାଘିମା ୮୫.୨° ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।
ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି ‘ଆକ୍ୱାନ୍’। ଏହା ନରସାପୁରଠାରୁ ପ୍ରାୟ ୩୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, କଳିଙ୍ଗପଟନମ୍ଠାରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ଗୋପାଳପୁରଠାରୁ ୪୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ପ୍ରାୟ ୪୭୦ କିଲୋମିଟର ଦକ୍ଷିଣରେ ରହିଛି।
୨୦ ନଭେମ୍ବର ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା:
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ, ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିପାରେ।
The Severe Cyclonic Storm “Akvan” [Pronunciation: Akvan] overthe westcentral Bay of Bengal moved northwards with the speed of 13 kmph duringpast 06 hours and lay centered at 1430 hours IST of today, the 19th November,2026 over the same region, near Latitude 15.6°N and Longitude 85.2°E, about 390km east-southeast of Narsapur (Andhra Pradesh), 320 km south-southeast ofKalingapatnam (Andhra Pradesh), 410 km south of Gopalpur (Odisha) and 470 kmsouth of Puri (Odisha) and 610 km east-northeast of Chennai (Tamil Nadu). It is likely to move north-northwestward and cross NorthAndhra Pradesh & Yanam and South Odisha coasts between Narsapur and Puri,close to Gopalpur, by noon of 20th November, 2026 with the maximum sustainedwind speed of 90-100 kmph gusting to 110 kmph.
— India Meteorological Department (@Indiametdept) November 19, 2026
ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ କଡ଼ା ସତର୍କତା:
ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପାଗ ଅତ୍ୟନ୍ତ ଅଶାନ୍ତ ରହିବାର ଆଶଙ୍କା ରହିଛି। ନଭେମ୍ବର ୧୯ରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।
Fishermen Warning #fishermen #warning https://t.co/YT9rSzrczB
— Meteorological Centre, Bhubaneswar (@mcbbsr) November 19, 2026
ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବା ସହ ଝଟକାରେ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ନଭେମ୍ବର ୧୯ ତାରିଖ ପୂର୍ବାହ୍ନରୁ ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକାରେ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହାପରେ ପବନର ବେଗ ଧୀରେ ଧୀରେ କମିବା ସମ୍ଭାବନା ରହିଛି।
ସମୁଦ୍ରର ଅବସ୍ଥା ୧୯ ନଭେମ୍ବର ଅପରାହ୍ନ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତରୁ ଅତି ଅଶାନ୍ତ ରହିବ। ୧୯ ତାରିଖ ଅପରାହ୍ନରୁ ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅବସ୍ଥା ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଏହାପରେ ସମୁଦ୍ରର ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ।
ପାଣିପାଗର ବର୍ତ୍ତମାନ ସ୍ଥିତି https://t.co/FjmOdnFdZe
— Meteorological Centre, Bhubaneswar (@mcbbsr) November 19, 2026
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ:
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବାସୀ ଓ ମତ୍ସ୍ୟଜୀବୀମାନେ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବା ଆବଶ୍ୟକ। ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କତା ଓ ନିର୍ଦ୍ଦେଶାବଳୀକୁ ପାଳନ କରିବା ସହ ସମୁଦ୍ରକୁ ଯିବାରୁ ବିରତ ରହିବା ଜରୁରୀ।ବାତ୍ୟା ‘ଆକ୍ୱାନ୍’ର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।