Top 10 News Today
Headlines 01- ଆମେରିକାରେ ତୃତୀୟ ଦିନ ପାଇଁ ବିମାନସେବା ପ୍ରଭାବିତ ହୋଇଛି । ୧୦ ହଜାରରୁ ଅଧିକ ବିମାନ ଯାତ୍ରା ବାତିଲ କିମ୍ବା ବିଳମ୍ବିତ ହୋଇଥିବା ସୂଚନା ମିଳିଛି । ୨୩୦୦ ବିମାନ ବାତିଲ ହୋଇଥିବା ବେଳେ ପ୍ରାୟ ୭୭୦୦ ବିମାନ ବିଳମ୍ବିତ ହୋଇଛି । ଆସନ୍ତା କାଲି ସୁଦ୍ଧା ସେବା ସାଧାରଣ ହେବା ନେଇ ସଚିବ ସିନ୍ ଡଫି ସୂଚନା ଦେଇଛନ୍ତି ।
Headlines 02- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଦହ, ଘୋଡ଼ାହାଡ ଓ ବାଘଲଟିରୁ ପାଣି ଛଡାଯାଇଛି । ଦହ ଜଳଭଣ୍ଡାରରୁ ୧୦ ପ୍ରତିଶତ ଜଳ ଖାଲି କରାଯାଇଥିବା ସୂଚନା ମିଳିଛି । ଘୋଡାହାଡ ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୪.୧୭ ଘନଫୁଟ ଜଳ ନିଷ୍କାସନ ହେଉଛି । ପାଣି ଛଡାଯିବା ବେଳେ ଘୋଡାହାଡ ଜଳଭଣ୍ଡାରର କ୍ଷମତା ୧୧୬.୮୬ ମିଟର ରହିଛି । ବାଘଲଟି ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୦.୭୨ ଘନଫୁଟ ଜଳ ନିଷ୍କାସନ ହେଉଛି । ପାଣି ଛଡାଯିବା ବେଳେ ଜଳଭଣ୍ଡାରର କ୍ଷମତା ଥିଲା ୧୦୨.୮୮ ମିଟର ।
Headlines 03- ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ । ଭୁବନେଶ୍ବର ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବେ । ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ଆଇକନିକ୍ ଟାୱାର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି ।
Headlines 04- ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଗତକାଲି, ୧୫ ନଭେମ୍ବର ୨୦୨୬ ରାତି ୧୧ଟା ୩୦ ସମୟରେ ଏହା ସେହି ଅଞ୍ଚଳରେ ଅର୍ଥାତ୍ ଅକ୍ଷାଂଶ ୧୦.୬° ଉତ୍ତର ଏବଂ ଦ୍ରାଘିମା ୮୬.୭° ପୂର୍ବ ନିକଟରେ କେନ୍ଦ୍ରୀଭୂତ ରହିଥିଲା।
Headlines 05- ୧୮ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳ ଅଶାନ୍ତରୁ ଅତି ଅଶାନ୍ତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି ହୋଇଛି । ୧୮ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
Headlines 06- ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମାଲକାନଗିରିରେ ‘ଜନଜାତି ଗୌରବ ଦିବସ’ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ, ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅମର ଅଧ୍ୟାୟ ।
Headlines 07- ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଡିସେମ୍ୱର ୧୧ରୁ ଧାନ କିଣା ହେବ । ସେହିପରି ବଲାଙ୍ଗିର ଜିଲ୍ଲାରେ ଆସନ୍ତା ଡିସେମ୍ୱର ୧୪ରୁ ଧାନ କିଣା ହେବ । ଏନେଇ DLPC ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
Headlines 08- ମୋହନା ଥାନା ପିଣ୍ଡିକି ଗାଁରେ ଭାରସାମ୍ୟ ହରାଇ ଦୋକାନରେ ପଶିଗଲା ଏକ କାର୍ । ଫଳରେ ଦୋକାନ ଘର ଭାଙ୍ଗିଯାଇଛି । ୪ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାର୍ ଡ୍ରାଇଭରକୁ ଅଟକ ରଖି ମୋହନା ପୋଲିସ୍ ଛାନଭିନ୍ ଆରମ୍ଭ କରିଛି ।
Headlines 09- ୨୦୩୫ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ୍ କ୍ୟାଲେଣ୍ଡର ଘୋଷଣା କରିଛି ICC । ସେମଧ୍ୟରେ ରହିଛି ୪ଟି T-20 ବିଶ୍ୱକପ୍, ୨ଟି ODI ବିଶ୍ୱକପ୍, ୩ଟି WTC, ୨ଟି ଚାମ୍ପିଅନ୍ସ ଟ୍ରଫି । ଭାରତକୁ ମିଳିଛି ୨୦୨୯ ICC ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଅଧିକାର । ୨୦୩୧ ODI ବିଶ୍ୱକପ ଭାରତ ଓ ବାଂଲାଦେଶକୁ ମିଳିତ ଆୟୋଜନ ଅଧିକାର ମିଳିଛି । ୨୦୩୧ ଅକ୍ଟୋବର ୯ରୁ ନଭେମ୍ବର ୩୧ ମଧ୍ୟରେ ଖେଳାଯିବ ବିଶ୍ୱକପ୍ ।
Headlines 10- କୋଟିଆ ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କୋଟିଆ ଓଡ଼ିଶାର ଥିଲା ଏବଂ ଓଡ଼ିଶାରେ ହିଁ ରହିବ । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ କରାଇ ଦିଆଯିବନାହିଁ । ଆନ୍ଧ୍ରର ନିର୍ବାଚନୀ ପ୍ରୟାସକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ । ସର୍ବଦଳୀୟ ଭାବେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ତାରା । ୨୮ ଓ ୨୯ରେ କୋଟିଆରେ 'ପରବ' କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜସ୍ୱ ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି ବୋଲି ତାରାପ୍ରସାଦ କହିଛନ୍ତି ।