Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!
Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!
Weather Update: ବାତ୍ୟା ଅକଭାନ୍ ଯାଉ ଯାଉ ପାଣିପାଗ ବିଭାଗ ଆଉ ଏକ ବଡ଼ ଖବର ଦେଇଛି। ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି। ହେଲେ, ଏହାର ସ୍ଥିତି, ତିବ୍ରତା ଓ ରୂପରେଖ ସ୍ଥିର ହୋଇ ନାହିଁ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୫ଟି ବାତ୍ୟା ଆସିଥାଏ। ହେଲେ, ଏ ଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇସାରିଲାଣୀ। ୧୯୮୭ ପରେ ଆମେ ଏପରି ସ୍ଥିତି ସାମ୍ନା କରିଛୁ ବୋଲି କୁହାଯାଇପାରିବ।
ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଭୀଷଣ ବାତ୍ୟା ଅକଭାନର ଅବଶିଷ୍ଟାଂଶ ଅବା ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଥିବା ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଏକ ସାଧାରଣ ଅବପାତରେ ପରିଣତ ହୋଇଛି। ବାତ୍ୟାର ଅବଶିଷ୍ଟାଂଶ କ୍ରମଶଃ ଦୁର୍ବଳ ହେଲେ ମଧ୍ୟ ଆଜି ରାଜ୍ୟର କିଛି ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ଏନେଇ ନଜର ରଖିବାକୁ ପରାମର୍ଶ ଜାରି ହୋଇଛି। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ। ୨୨ ତାରିଖ ପରଠୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୭ ଦିନ ପାଗରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ।