IAS Reshuffle: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ପ୍ରଣତି ଛୋଟରାୟ ହେଲେ ଓମ୍ଫେଡ୍ ଏମଡି
IAS Reshuffle: ଏବେ ରାଜ୍ୟରେ ବାତ୍ୟା ସ୍ଥିତି ଲାଗି ରହିଛି। ହେଲେ, ଏହାରି ଭିତରେ ରାଜ୍ୟ ସରକାର ଏକ ବଡ଼ ନିସ୍ପତ୍ତି ନେଇଛନ୍ତି । ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତେବେ, ଆସନ୍ତୁ ଜାଣିବା ରାଜ୍ୟସରକାର କେଉଁ ଆଇଏସ ଅଧିକାରୀଙ୍କୁ କେଉଁ ଦାୟିତ୍ବ ଦେଉଛନ୍ତି।

ALSO READ: School Closed: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'! ଏହି ୯ ଜିଲ୍ଲାରେ ସ୍କୁଲ୍ ଛୁଟି
ALSO READ: Trains Cancelled:ବାତ୍ୟା ଅର୍ଣ୍ଣବ ପାଇଁ ପୂର୍ବତଟ ରେଳପଥର ୧୪ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା
ପୋମା ଟୁ଼ଡୁ କୃଷି ନିର୍ଦ୍ଦେଶକ ହୋଇଥିବା ବେଳେ ସେ କାଜୁ ଉନ୍ନୟନ ନିଗମ ଏଡିଏମ୍ ଭାବେ ଅତିରିକ୍ତ ଦାୟିତ୍ବ ତୁଳାଇବେ। ଏବଂ ସଂଗ୍ରାମ୍ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ରେଂଜ ଆରଡିସି ସହ ଡବ୍ଲୁଡିସି ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ। ସେହିପରି, ଶୁଭମ୍ ସାକ୍ସେସେନାଙ୍କୁ ବିଡିଏ ଉପାଧକ୍ଷ ଦାୟିତ୍ବ ମିଳିଥିବା ବେଳେ ଗାଭାଲି ପରାଗ ହର୍ଷଦଙ୍କୁ ଏନଏଚଏମ୍ ଏମଡି଼ ଦାୟିତ୍ବରେ ରହିବେ। ସେହିପରି ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆରଡିସି ଦାୟିତ୍ବ ଦେଇଛନ୍ତି ସରକାର। ଏବଂ ନୂଆ ଓମଫେଡ୍ ଏମଡି ହୋଇଛନ୍ତି ପ୍ରଣତି ଛୋଟରାୟ ।ଶୁବ୍ର କୁମାର ପଣ୍ତାଙ୍କୁ ଆଗ୍ରୋ ଇଣ୍ତଷ୍ଟ୍ରିଜ୍ କର୍ପୋରେସନ୍ ଏମଡି ଭାବରେ ଅତିରିକ୍ତ ଦାୟିତ୍ବ ମିଳିଛି।