କେନ୍ଦୁଝର: (ଅଭୟ ମହାନ୍ତି) ଜଣେ ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ସହିତ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେଲକୋଇ ଥାନା ପଡାଙ୍ଗ ପଞ୍ଚାୟତରୁ ଆସିଛି ଏହି ଲଜ୍ୟାଜନକ ଖବର । ଟେଣ୍ଟେଇନାଳି ଗ୍ରାମର ଦାଶରଥୀ ଜୁଆଙ୍ଗକୁ ଶେଷରେ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ଦାଶରଥି ଘଟଣା ଘଟାଇ ଫେରାର ହୋଇଯାଇଥିଲା, ଘଟଣା ୧୦ ତାରିଖରେ ଘଟିଥିବା ବେଳେ ପୀଡିତାଙ୍କ ପରିବାର ପକ୍ଷରୁ ୧୫ ତାରିଖରେ ତେଲକୋଇ ଥାନାରେ ଅଭିଯୋଗ କରା ଯାଇଥିଲା । ଅଭିଯୋଗ ପରେ କେନ୍ଦୁଝର ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଧରିବାକୁ ଛାନ ଭିନ ଆରମ୍ଭ କରାଯାଇଥିଲା । ତେଲକୋଇ ଥାନାର ସୀମାନ୍ତ ଢେଙ୍କାନାଳ ଜିଲ୍ଲା ଅଞ୍ଚଳରେ ଜଣେ ସମ୍ପର୍କୀୟ ଘରେ ଦାଶରଥି ଲୁଚିଥିଲା । ଗତକାଲି ସଂନ୍ଧ୍ୟାବେଳେ ପୋଲିସ ଦଶରଥୀକୁ ସେଠାରୁ ଗିରଫ କରିଥିଲା । ୧୦ ତାରିଖ ଦିନ ହାଟରୁ ଏକା ସଙ୍ଗେ ପୀଡିତା ଓ ଦାଶରଥୀ ଫେରୁଥିଲେ, ରାସ୍ତାରେ ପୀଡିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଠା କରି ବିଫଳ ହେବା ପରେ ଦାଶରଥି ପୀଡିତାର ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା । ଫଳରେ ପୀଡିତା ବେହୋଶ ହୋଇଯାଇଥିଲେ ଏବଂ ପୀଡିତା ଜଣକ ମୃତ୍ୟୁ ହୋଇଗଲା ଭାବି ଦଶରଥୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପୋଲିସ ଆଗରେ ସ୍ୱାକାର କରିଛନ୍ତି ।
୧୧ ତାରିଖରେ ପୀଡିତାଙ୍କୁ ମୁମୁର୍ଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ତେଲକୋଇ ପରେ କେନ୍ଦୁଝର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥନାନ୍ତର କରାଯାଇ ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧିନ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଥିଲା ।