• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କେନ୍ଦୁଝର
  • /କେନ୍ଦୁଝର ପୋଲିସକୁ ବଡ ସଫଳତା, ମହିଳା କନଷ୍ଟେବଳଙ୍କ ସ୍ୱାମୀ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

କେନ୍ଦୁଝର ପୋଲିସକୁ ବଡ ସଫଳତା, ମହିଳା କନଷ୍ଟେବଳଙ୍କ ସ୍ୱାମୀ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

ଘଟଣାସ୍ଥଳରେ ୬ ଜଣ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଏଥିସହ ଅପରାଧୀଙ୍କ ପାଇଁ କେନ୍ଦୁଝରରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଏସପି।

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 31, 2026, 10:55 AM IST|Updated: Oct 31, 2026, 11:01 AM IST
joinshare
କେନ୍ଦୁଝର ପୋଲିସକୁ ବଡ ସଫଳତା, ମହିଳା କନଷ୍ଟେବଳଙ୍କ ସ୍ୱାମୀ ମୃତ୍ୟୁ ଘଟଣା ପର୍ଦ୍ଦାଫାସ
Image Credit: Kendujhar News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

କେନ୍ଦୁଝର: (ଅଭୟ ମହାନ୍ତି) ତୁରୁମୁଙ୍ଗା ଥାନା ଅଞ୍ଚଳରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ସୂଚନା ଦେଇଛନ୍ତି ଏସପି ନିତୀନ କୁଶଲକର। ଘଟଣାସ୍ଥଳରେ ୬ ଜଣ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଏଥିସହ ଅପରାଧୀଙ୍କ ପାଇଁ କେନ୍ଦୁଝରରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଏସପି। ଗତ ୨୮ ତାରିଖ ରାତିରେ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଥିଲା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ମୃତ ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ ପାଟଣା ଥାନାରେ ମହିଳା କନଷ୍ଟେବଳ ଭାବେ କାର୍ଯ୍ୟରତ। ତ୍ରିଲୋଚନ କେନ୍ଦେଇପଶି ଠାରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ପାଟଣା ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଘଟଣା ଦିନ ମଧ୍ୟ ସେ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ।

ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ସନ୍ଦେହ ପ୍ରକାଶ ପାଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏସପି ନିତୀନ କୁଶଲକର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ପୋଲିସର ତଦନ୍ତ ପରେ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଧରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ଆଜି ୬ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ଅପରାଧର ସିନ୍ ରିକ୍ରିଏସନ୍ କରିଛି ପୋଲିସ। ସିନ ରିକ୍ରିଏସନ ବେଳେ ଅଭିଯୁକ୍ତଙ୍କୁ ଦେଖି ଭାବ ବିହ୍ବଳ ହୋଇ ପଡ଼ିଥିଲେ ତ୍ରିଲୋଚନଙ୍କ ମାଆ ଓ ପରିବାର। ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଥଲେ। ତଦନ୍ତର ଅଗ୍ରଗତି ନେଇ ଏସପି ସୂଚନା ଦେବା ସହ ଜିଲ୍ଲାରେ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ରହିବ ବୋଲି ସ୍ପଷ୍ଟ କରିଛନ୍ତି।

Also Read- Postal Job: ଡାକ ବିଭାଗରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ...

Add Zee News as a Preferred Source
TAGS:
Odia News