Clash in Srimandira: ଶ୍ରୀମନ୍ଦିର ଭିତରେ ମହାଭାରତ! ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍
ଅଭିଯୋଗ ଅନୁସାରେ, ଜେଟିପିଙ୍କ ଆକ୍ରମଣ ଯୋଗୁଁ ବଙ୍ଗୀୟ ଭକ୍ତମାନେ ଘେରି ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି।
Srimandira: ପୁରୀ ଶ୍ରୀମନ୍ଦିର ଭିତରେ ଅପ୍ରୀତିକର ପରିସ୍ଥିତି। ଜେଟିପି (Jagannath Temple Police) ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ଆସିଛି। ମନ୍ଦିରର ଘଣ୍ଟି ଦ୍ୱାର ଦେଇ ପ୍ରବେଶ କରିବାକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏହାକୁ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ସମୟରେ ଦର୍ଶନକୁ ନେଇ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଜେଟିପିଙ୍କ ଆକ୍ରମଣ ଯୋଗୁଁ ବଙ୍ଗୀୟ ଭକ୍ତମାନେ ଘେରି ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି।
ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କହିଛନ୍ତି ଯେ, ଏହାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। ଶ୍ରୀମନ୍ଦିର ଭଳି ଏକ ପବିତ୍ର ଧାର୍ମିକ ସ୍ଥଳରେ ଏଭଳି ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।