• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ସମ୍ବଲପୁର
  • /ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗୀ ସଚେତନତା ଓ ବିକ୍ରେତା ବିକାଶ କାର୍ଯ୍ୟକ୍ରମ

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗୀ ସଚେତନତା ଓ ବିକ୍ରେତା ବିକାଶ କାର୍ଯ୍ୟକ୍ରମ

ଉଦ୍‌ଘାଟନୀ ଅଧିବେଶନରେ ICCSWEର ସାଧାରଣ ସମ୍ପାଦିକା ଶ୍ରୀମତୀ ହେମା ଏକ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ NSSHO, ଭୁବନେଶ୍ୱରର ଉପମହାପ୍ରବନ୍ଧକ ତଥା ଇନ୍‌ଚାର୍ଜ ଶ୍ରୀ ସୁଜିତ କୁମାର ଶାହା ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଅଭିଭାଷଣ ପ୍ରଦାନ କରିଥିଲେ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 05, 2026, 07:39 PM IST|Updated: Nov 05, 2026, 07:50 PM IST
joinshare
ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗୀ ସଚେତନତା ଓ ବିକ୍ରେତା ବିକାଶ କାର୍ଯ୍ୟକ୍ରମ
Image Credit: Sambalpur News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ସମ୍ୱଲପୁର: (ଅଜୟ କୁମାର ନାଥ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରଠାରେ ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଜିଏମ୍‌ୟୁର ଷ୍ଟାର୍ଟଅପ୍‌ ସେଲ୍‌ର ମିଳିତ ଆନୁକୂଲ୍ୟରେ ଏସ୍‌ସି, ଏସ୍‌ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଉଦ୍ୟୋଗୀ ସଚେତନତା ଓ ସ୍ୱତନ୍ତ୍ର ବିକ୍ରେତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଫର୍ ଏସ୍‌ସି, ଏସ୍‌ଟି ଆଣ୍ଡ୍ ୱିମେନ୍ ଏଣ୍ଟରପ୍ରେନ୍ୟୋର୍ସ (ICCSWE) ଏବଂ ସ୍କୁଲ୍ ଅଫ୍ କମର୍ସ ଓ ଆଇଏସ୍‌ଟିର ସହଯୋଗରେ ଅନୁଷ୍ଠିତ ହୋଇଥିଲା।

ଉଦ୍‌ଘାଟନୀ ଅଧିବେଶନରେ ICCSWEର ସାଧାରଣ ସମ୍ପାଦିକା ଶ୍ରୀମତୀ ହେମା ଏକ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ NSSHO, ଭୁବନେଶ୍ୱରର ଉପମହାପ୍ରବନ୍ଧକ ତଥା ଇନ୍‌ଚାର୍ଜ ଶ୍ରୀ ସୁଜିତ କୁମାର ଶାହା ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଅଭିଭାଷଣ ପ୍ରଦାନ କରିଥିଲେ।

ବୈଷୟିକ ଅଧିବେଶନରେ MSME ଯୋଜନା ଓ National SC-ST Hub ସମ୍ପର୍କରେ NSSHO, ଭୁବନେଶ୍ୱର ପକ୍ଷରୁ ଆଲୋକପାତ କରାଯାଇଥିଲା। GeM ପୋର୍ଟାଲ୍‌ ସମ୍ପର୍କରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ସେହିପରି ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ NTPC, ତାଳଚେରର TTPS ପକ୍ଷରୁ ଉତ୍ପାଦ ଓ ସେବା, ସରକାରୀ କ୍ରୟ ପ୍ରକ୍ରିୟା, ବିକ୍ରେତା ପଞ୍ଜୀକରଣ, ଗୁଣବତ୍ତା ଓ ଅନୁପାଳନ ମାନଦଣ୍ଡ ଏବଂ ଇନ୍‌ଭଏସ୍ ପେମେଣ୍ଟ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା।

ଜିଲ୍ଲା ଶିଳ୍ପ କେନ୍ଦ୍ର, ସମ୍ବଲପୁର ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରିଜିଓନାଲ୍ ବିଜନେସ୍ ଅଫିସ୍‌, ସମ୍ବଲପୁର ପକ୍ଷରୁ ବ୍ୟାଙ୍କ ଋଣ ଯୋଜନା ଏବଂ ସରକାରୀ ITI, ହୀରାକୁଦ ପକ୍ଷରୁ ଦକ୍ଷତା ବିକାଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

Also Read- ଅଚାନକ ଆସିଲେ, ରାସ୍ତାରେ ପିଟିଲେ, ଗାଡି ଧରି ଫେରାର୍ ହେଲେ

Add Zee News as a Preferred Source
TAGS:
Odia News