Diwali 2026 Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅକ୍ଟୋବର ୮ ତାରିଖରେ ପଡୁଛି ଆଲୋକର ପର୍ବ ଦୀପାବଳୀ। ହେଲେ ୭୧ ବର୍ଷ ପରେ ପରେ ଏହି ଦିନ ୨ଟି ରାଜଯୋଗ ଲକ୍ଷ୍ମୀ ନାରାୟଣ ରାଜଯୋଗ ଓ ବୁଦ୍ଧାଦିତ୍ୟ ରାଜଯୋଗ ପଡୁଛି ତାହା ପୁଣି ଏକା ସାଙ୍ଗରେ। ଏହି ୨ଟି ରାଜଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଯଦି ଜାତକରେ ଶୁକ୍ର-ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଆଜିଠାରୁ ଚମକିବାକୁ ଯାଉଛି।...
ମିଥୁନ-: ଦୀପାବଳିରେ ପଡୁଥିବା ଦୁଇଟି ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଚମକିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସହ ଦୂରଯାତ୍ରା କରିବେ। ବିଦେଶ ଯାତ୍ରାର ଆଶା ପୂରା ହେବ। ସେୟାର ମାର୍କେଟ୍ ରେ ଟଙ୍କା ନିବେଶ କରିବା ଲାଗି ସମୟ ଅନୁକୂଳ ରହିଛି। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି, ସେମାନେ ଭଲ ରେଜକ୍ଟ କରିବେ। ପ୍ରେମୀ ମାନେ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ନୂଆ ଘର କିଣିବାର ଯୋଗ ରହିଛି।
ତୁଳା-: ଦୀପାବଳିରେ ପଡୁଥିବା ଏହି ୨ ରାଜଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପରିବାର ସହ ଦୂରଯାତ୍ରା କରିପାରନ୍ତି। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି, ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ବ୍ୟବସାୟୀମାନେ ଏହି ସମୟରେ ଆରମ୍ଭ କଲେ ବାଣିଜ୍ୟ ବ୍ୟବସାୟ ଭଲ ଲାଭ ପାଇବେ।
ଧନୁ-: ଦୀପାବଳିରେ ପଡୁଥିବା ଦୁଇଟି ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷ କରି, ଏହି ସମୟ ମଧ୍ୟରେ , ଆର୍ଥିକ ସ୍ଥିତି ଭଲ ରହିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ବିଦେଶରେ ବାଣିଜ୍ୟ-ବ୍ୟବସା କରୁଥିବା ଲୋକେ ଏହି ସମୟରେ ବେଶ୍ ଦୁଇ ପଇସା ଅଧିକ ଲାଭ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ। ନୂଆ ଘର ଓ ଗାଡି଼ କିଣିବେ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ।କର୍ମକ୍ଷେତ୍ରରୁ ନୂଆ ଦାୟିତ୍ବ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)