• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Rajyog 2026: ଦଶହରାରେ ମାଲବ୍ୟ ରାଜଯୋଗ,୪ରାଶିଙ୍କ ଚମକିବ ଭାଗ୍ୟ!

Rajyog 2026: ଦଶହରାରେ ମାଲବ୍ୟ ରାଜଯୋଗ,୪ରାଶିଙ୍କ ଚମକିବ ଭାଗ୍ୟ!

Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨୦ ତାରିଖରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଚଳନ ଦଶହରାରେ ପଡୁଥିବାରୁ ମାଲବ୍ୟ ରାଜଯୋଗ ସୃଷ୍ଟି କରୁଛି। ଯଦି କୌଣସି ରାଶିରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...

Written ByNarmada BeheraEdited ByNarmada Behera
Published: Oct 18, 2026, 11:23 AM IST|Updated: Oct 18, 2026, 11:25 AM IST
joinshare
Rajyog 2026: ଦଶହରାରେ ମାଲବ୍ୟ ରାଜଯୋଗ,୪ରାଶିଙ୍କ ଚମକିବ ଭାଗ୍ୟ!
Image Credit: Rajyog 2026: ଦଶହରାରେ ମାଲବ୍ୟ ରାଜଯୋଗ,୪ରାଶିଙ୍କ ଚମକିବ ଭାଗ୍ୟ!

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨୦ ତାରିଖରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ।  ଶୁକ୍ରଙ୍କ ଏହି ଚଳନ ଦଶହରାରେ ପଡୁଥିବାରୁ ମାଲବ୍ୟ ରାଜଯୋଗ ସୃଷ୍ଟି କରୁଛି। ଯଦି କୌଣସି ରାଶିରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...

    କର୍କଟ-: ଦଶହରାରେ ପଡୁଥିବା ମାଲବ୍ୟ ରାଜଯୋଗ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ।କର୍ମକ୍ଷେତ୍ରରେ ଦାୟିତ୍ବ ବଢିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ଏହି ସମୟରେ, ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ଆସିପାରେ। ବ୍ୟବସାୟରେ ଲାଭ ବଢିବା ସହ ପ୍ରେମ ସମ୍ପର୍କରେ ସୁଧାର ଆସିବ। ସ୍ବାସ୍ଥ୍ୟରେ ସୁଧାର ଆସିବ।


    ସିଂହ-: ଦଶହରାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି, ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଆୟ ବଢିବା ସହ ଖର୍ଚ୍ଚ ବି ବଢିବ। ଆର୍ଥିକ ସ୍ଥିତି ସାମାନ୍ୟ ପ୍ରଭାବିତ ହୋଇପାରେ। ଯେଉଁମାନେ ଦିର୍ଘ ଦିନ ଧରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ  ପାଇବେ। ନିଜ ସନ୍ତାନମାନଙ୍କ ଠାରୁ ଖୁସି ଖବର ପାଇବେ। କୌଣସି ବଡ଼ ନିସ୍ପତ୍ତି ନେଇପାରନ୍ତି। ପୁରୁଣା ନିବେଶରୁ ଲାଭବାନ୍ ହେବେ।

    ALSO READ: Keonjhar News: ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମାଆ ତାରିଣୀ

    ALSO READ:Gajkesari Yog 2026: ନବରାତ୍ରୀରେ ପଡି଼ଛି ଦୁଇଟି ଦୁର୍ଲଭ ଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ ସହ ମିଳିବ ପୁଳା ପୁଳା ଟଙ୍କା!


    ତୁଳା-: ତୁଳା ରାଶିଙ୍କ ପାଇଁ ସମୟ ଖାସ୍ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ସିଙ୍ଗଲ୍ ଥିବା ଲୋକଙ୍କ ଜୀବନରେ ପାର୍ଟନର ଆସିପାରେ। ତାହାକୁ ସେ ନିଜ ଜୀବନ ସାଥୀ ଭାବେ ପାଇବାର ସମ୍ଭାବନା ରହିଛି। ଆୟର ଉତ୍ସ ବଢିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆର୍ଥିକ ସ୍ଥିତିକୁ ମଜବୁତ୍ କରନ୍ତୁ। ଦୂରଯାତ୍ରା କରିବେ।

    ବିଛା-: ଦଶହରାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବେ। କୌଣସି ତରବରିଆ ନିସ୍ପତ୍ତି ନିଅନ୍ତୁ ନାହିଁ। କୌଣସି ସ୍ଥାନରେ ନିବେଶ ପୂର୍ବରୁ ବହୁବାର ଚିନ୍ତା କରନ୍ତୁ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ କିଏ ଆପଣଙ୍କୁ ପ୍ରେମ ନିବେଦନ କରିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା କରିପାରନ୍ତି। ନୂଆ ଘର କିମ୍ବା ଗାଡି କିଣିପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ।


    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
     

    Add Zee News as a Preferred Source
    TAGS:
    Astrology