• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

‘ଇନଫାଇସନ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ଜେଆରଏମ୍‌ଙ୍କ ପ୍ରଯୋଜିତ ତଥା ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେଜଗତର ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 20, 2026, 15:44 IST|Updated: Nov 20, 2026, 15:45 IST
joinshare
ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’
Image Credit: ZEE Sarthak

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

2

Flood Update: ବାତ୍ୟା ପରେ ବନ୍ୟା ସ୍ଥିତି ହେବ କି ନାହିଁ ସ୍ପଷ୍ଟ କଲେ ସର୍ବୋଚ୍ଚ ଯନ୍ତ୍ରୀ

3

Flights Cancelled: ବାତ୍ୟା 'ଅକ୍‌ୱାନ୍‌' ଏହିସବୁ ରୁଟ୍ ରେ ଫ୍ଲାଇଟ୍ ବାତିଲ୍, ଦେଖନ୍ତୁ ତାଲିକା

4

Cyclone Update: ବାତ୍ୟା 'ଅକ୍‌ୱାନ୍‌' କୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି!

5

Cyclone Aqwan: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୩ ଲକ୍ଷରୁ ଊର୍ଦ୍ଧ୍ୱ ସ୍ଥାନାନ୍ତର; ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Ollywood News: ରଥଯାତ୍ରା ଅବସରରେ ଗତ ଜୁଲାଇ ୧୬ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ମନ ଜିଣିଥିବା ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’ ଏବେ ଟେଲିଭିଜନ ପରଦାରେ ଧମାଲ ମଚାଇବାକୁ ଯାଉଛି । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ।

‘ଇନଫାଇସନ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ଜେଆରଏମ୍‌ଙ୍କ ପ୍ରଯୋଜିତ ତଥା ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେଜଗତର ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି । ଏଥିରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଏବଂ ଶ୍ରୀତମ ଦାସଙ୍କ ସମେତ ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା ଓ ରାଜ ରାଜେଶ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଇତିହାସ, ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ଅନନ୍ୟ ସମନ୍ୱୟ ହେଉଛି ‘ଦି ମିଲେଟ୍ ଡାଏରୀ’ । କଳିଙ୍ଗର ପ୍ରାଚୀନ ଐତିହ୍ୟରୁ ପ୍ରେରଣା ନେଇ ନିର୍ମିତ ଏହି କାହାଣୀରେ ଆମ ପରମ୍ପରାଗତ ଖାଦ୍ୟ ‘ମିଲେଟ୍’ ବା ମାଣ୍ଡିଆର ବିସ୍ମୃତ ପୁଷ୍ଟିକର ଓ ଔଷଧୀୟ ଗୁଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଓଡ଼ିଶାର ଆଦିବାସୀ ଏବଂ ଗ୍ରାମୀଣ ଜୀବନଧାରାକୁ ପୃଷ୍ଠଭୂମି କରି ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ସରକାରୀ ବିକାଶମୂଳକ ଯୋଜନାର ସହାୟତାରେ ମିଲେଟ୍ ଚାଷ କିଭଳି ଆଦିବାସୀ ପରିବାରଗୁଡ଼ିକୁ ଆର୍ଥିକ ସ୍ୱଚ୍ଛଳତା ଓ ଆତ୍ମନିର୍ଭରଶୀଳତା ଆଡ଼କୁ ବାଟ କଢ଼ାଇ ନେଇପାରିବ ।

କେବଳ ଏକ ସାମାଜିକ ବାର୍ତ୍ତା ନୁହେଁ, ବରଂ ପ୍ରେମ, ସମ୍ପର୍କ, ପରମ୍ପରା ଏବଂ ବ୍ୟକ୍ତିଗତ ପରିବର୍ତ୍ତନର ଏକ ହୃଦୟସ୍ପର୍ଶୀ କାହାଣୀ ଏଥିରେ ବୁଣାଯାଇଛି । ଆମର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପୁନର୍ଜୀବିତ କରିବା ସହ ଦୈନନ୍ଦିନ ଖାଦ୍ୟ ତାଲିକାରେ ପୁଷ୍ଟିକର ମିଲେଟ୍‌କୁ ସାମିଲ କରିବାର ଗୁରୁତ୍ୱକୁ ଏଥିରେ ଦର୍ଶାଯାଇଛି । ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟକୁ ବର୍ତ୍ତମାନ ସମୟର ଜନସ୍ୱାସ୍ଥ୍ୟ, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ ସହ ଯୋଡ଼ିବାରେ ଚଳଚ୍ଚିତ୍ରଟି ସଫଳ ହୋଇଛି । ମିଲେଟ୍ କେବଳ ଏକ ପାରମ୍ପରିକ ଶସ୍ୟ ନୁହେଁ, ବରଂ ଏହା ସୁସ୍ଥ ସମାଜ ଗଠନ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ ବୋଲି ଏହି ସିନେମାରେ ପ୍ରତିପାଦିତ ହୋଇଛି ।

ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରଶାନ୍ତ ପରିଡ଼ା କହିଛନ୍ତି, ଜୀ ସାର୍ଥକ ସର୍ବଦା ଓଡ଼ିଶାର ମାଟି, ପାଣି ଓ ପରମ୍ପରା ସହ ଜଡ଼ିତ ଉଚ୍ଚକୋଟୀର ମନୋରଞ୍ଜନ ଭେଟି ଦେବାକୁ ପ୍ରୟାସ କରିଆସିଛି । ‘ଦି ମିଲେଟ୍ ଡାଏରୀ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଆମ ଓଡ଼ିଶାର ଗୌରବମୟ କୃଷି ପରମ୍ପରା, ସୁସ୍ଥ ଜୀବନଶୈଳୀ ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ପ୍ରେରଣାଦାୟୀ କାହାଣୀ । ପ୍ରେକ୍ଷାଳୟରେ ଦର୍ଶକଙ୍କ ଅକୁଣ୍ଠ ଭଲପାଇବା ସାଉଁଟିବା ପରେ ଏବେ ଏହାକୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ଯାଉଥିବାରୁ ଆମେ ବେଶ୍ ଆନନ୍ଦିତ । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଆପଣମାନେ ସପରିବାର ବସି ଜୀ ସାର୍ଥକରେ ଏହି ସୁନ୍ଦର ଚଳଚ୍ଚିତ୍ରଟିକୁ ନିଶ୍ଚୟ ଦେଖନ୍ତୁ ବୋଲି ମୋର ବିନମ୍ର ଅନୁରୋଧ ।

Also Read- Flood Update: ବାତ୍ୟା ପରେ ବନ୍ୟା ସ୍ଥିତି ହେବ କି ନାହିଁ ସ୍ପଷ୍ଟ କଲେ ସର୍ବୋଚ୍ଚ ଯନ୍ତ୍ରୀ

Add Zee News as a Preferred Source
TAGS:
Entertainment News