Road Accident: ଛାତିଥରା...ଭୟଙ୍କର...ଅଭାବନୀୟ... ଏମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ଆଗକୁ ସବୁ କିଛି ଶେଷ ହୋଇଯାଏ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଝାଡ଼ଖଣ୍ତର ଖୁଣ୍ଟି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କରା ଥାନା ଅଞ୍ଚଳରେ ଭିଡ଼ ଭିତରେ ଏକ ଟ୍ରକ୍ ପଶିଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଖୁଣ୍ଟି ଜିଲ୍ଲାର କରା ଥାନା ଅଞ୍ଚଳର କୋସାମ୍ବି କଲୋନୀ ନିକଟରେ ଏକ ୧୮ ଚକିଆ ଟ୍ରଲର୍ ଭାରସାମ୍ୟ ହରାଇ ରାସ୍ତା କଡରେ ଜମା ହୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୩ ଜଣ ଶିଶୁ ରହିଛନ୍ତି। ଏପରିକି ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ରହିଥିବା ସୂଚନା ମିଳିଛି।
ଦୁର୍ଘଟଣାରେ ଜଣେ ୫ ବର୍ଷର ଝିଅ ଗୁରୁତର ଆହତ ହୋଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ, ବର୍ସା ନାୟକଙ୍କ ପତ୍ନୀ ଜୟନ୍ତୀ ଦେବେ, ତାଙ୍କର ୨୦ ବର୍ଷର ଝିଅ ଅଞ୍ଚଳୀ କୁମାରୀ ଏବଂ ଅଞ୍ଚଳୀଙ୍କ ୧୧ ମାସର ପୁତ୍ର ସନ୍ତାନ ବି ରହିଛନ୍ତି। ସେହିପରି, ୬୫ ବର୍ଷୀୟ ପାକୋ ଦେବୀ, ୧୨ ବର୍ଷୀୟ ଗୋଲୁ କୁମାର ଏବଂ ଛଅ ବର୍ଷୀୟ ଟୁଟି କୁମାରୀଙ୍କ ଙ୍କ ସହ ମନହୁ ଦେବୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଟ୍ରକର ଡ୍ରାଇଭର ଓ ହେଲଫର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ସେପଟେ,ଏହି ଘଟଣା ନେଇ ଏସପି ରିଷଭ ଗର୍ଗ କହିଛନ୍ତି ଯେ,କରା ନିକଟରେ ଏକ ସ୍କୁଟର ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଲୋକେ ଦୁର୍ଘଟଣାଗସ୍ତଙ୍କୁ ସାହାର୍ଯ୍ୟ କରିବା ଲାଗି ଧାଇଁ ଆସିଥିଲେ। ଏହି ସମୟରେ ଏକ ୧୮ ଚକିଆ ଟ୍ରକ୍, ଅନ୍ଧାର ଥିବା ଯୋଗୁଁ ଠିକ୍ ଭାବରେ ଦେଖି ପାରି ଦୁର୍ଘଟଣା ଘଟାଇଛନ୍ତି।