SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଆଗକୁ ବଢୁଛି ବାତ୍ୟା 'ଅକ୍‌ୱାନ୍', ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଓ ଅନ୍ୟ ଖବର

Top 10 News Today: ସକାଳର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 19, 2026, 10:00 IST | Updated: Nov 19, 2026, 10:00 IST
Image Credit: Representative - AI
Join

Top 10 News Today

Headlines 01- ସ୍ଥଳଭାଗ ଆଡକୁ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା 'ଅକ୍‌ୱାନ୍' । ଘଣ୍ଟା ପ୍ରତି ୫ କି.ମି ବେଗରେ ଆଗକୁ ଅଗ୍ରସର ହେଉଛି । କଳିଙ୍ଗପାଟନମ୍‌ରୁ ୪୮୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ସମୟରେ ଗୋପାଳପୁରରୁ ୫୮୦ କି.ମି ଦୂରରେ ରହିଛି । ପୁରୀଠାରୁ ୬୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Headlines 02- ଦୁଇଟି ଗୁରୁଚାପ ବଳୟ ଭିତରେ ଦୁର୍ବଳ ହେଉଛି ଅକ୍ବାନ୍‌ । ଅକ୍ବାନ୍ କ୍ରମଶଃ ଦୁର୍ବଳ ହେଉଥିବା ନେଇ IMD ପକ୍ଷରୁ ସୂଚନା ଜାରି କରାଯାଇଛି । ଆରବ ସାଗର ଓ ଆଣ୍ଡାମାନ ସାଗର ପଟରୁ ଆସୁଛି ଗୁରୁଚାପ । ସେହି କାରଣରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି ଫଳରେ ବାତ୍ୟା ଦୁର୍ବଳ ହେଉଛି । ଭୀଷଣ ବାତ୍ୟ ନୁହେଁ କେବଳ ବାତ୍ୟା ହୋଇ ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି ।

Headlines 03- ଓଡ଼ିଶା ଭିଜିଲାନ୍ସ ଦୁଇଜଣ ବରିଷ୍ଠ କୃଷି ଅଧିକାରୀ ଯଥା ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଗିରି ଏବଂ ବାଲେଶ୍ୱର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡାଙ୍କ ସମେତ ଏକ ଏନଜିଓ (‘ଶକ୍ତି ଶିଖା’)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ CRFM ଯୋଜନା ଅଧୀନରେ ୨୫.୦୩ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛି।

Headlines 04- ବର୍ତ୍ତମାନ ସୁଦ୍ଧା ୪୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ୩ ହଜାରରୁ  ଅଧିକ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି । ରେଡ ୱାର୍ଣ୍ଣିଙ୍ଗ୍ ଥିବା ଜିଲ୍ଲା ଗୁଡିକରୁ  ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ଗଞ୍ଜାମରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ  କରାଯାଇଛି । ୧୩୧୩ ଜଣ ଗର୍ଭବତୀ ମହିଳାମାନଙ୍କୁ  ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

Headlines 05- ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ । ରାତ୍ରୀଯାପନ ବୁକିଂକୁ ବାତିଲ୍‌ କରିଛନ୍ତି ରାଜନଗର DFO । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି ।

Headlines 06- ବାତ୍ୟା ପାଇଁ ରାଜ୍ୟର ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ସ୍କୁଲ୍‌ ଛୁଟି । ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ୧୯, ୨୦ ଛୁଟି । ଅନ୍ୟ ୬ ଜିଲ୍ଲାରେ ୨୧ ତାରିଖ ଯାଏଁ ୩ ଦିନ ଶିକ୍ଷାନୁଷ୍ଠାନ ଛୁଟି । ସମସ୍ତ ସ୍କୁଲ୍‌, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା । ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

Headlines 07- ସାତଜଣ ବରିଷ୍ଠ IAS ଅଧିକାରୀଙ୍କୁ ସାତଟି ଜିଲ୍ଲାରେ ପ୍ରସ୍ତୁତି ଏବଂ ରିଲିଫ୍ ଓ ରିଷ୍ଟୋରେସନ୍ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାଗୁଡ଼ିକରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ। ପ୍ରଭାବିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଔଷଧ ଏବଂ ଚିକିତ୍ସା କିଟ୍ ଉପଲବ୍ଧ କରାଯାଇଛି । ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ରିଷ୍ଟୋରେସନ୍ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Headlines 08- ବାତ୍ୟା ‘ଆକୱାନ’ର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି। ଆଜି ସକାଳୁ ରାଜଧାନୀରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ହାଲୁକା କୋହଲା ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ଫଳରେ ଆକାଶ ମେଘୁଆ ରହିବା ସହ ରାସ୍ତାଘାଟ ଓ ପରିବେଶ ଓଦା ହୋଇଛି। ବାତ୍ୟାର ପ୍ରଭାବରେ ଆଗକୁ ପାଗରେ ଆହୁରି ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରିଛି। ପାଣିପାଗ ବିଭାଗର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।

Headlines 09- 'ଅକବାନ୍' ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜର ପ୍ରସ୍ତୁତିକୁ ଯୋରଦାର୍ କରିଛି। କେନ୍ଦ୍ରାପଡା, ଜଗତସିଂହପୁର ଓ ପୂରୀ ଏହି ତିନୋଟି ଉପକୂଳ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇ ବିଶେଷ ସତର୍କତା ଅବଲମ୍ବନ କରିଛି। ଜଗତସିଂହପୁର ଜିଲ୍ଲା ଏରସମା ଥାନା ପୋଲିସ ପ୍ରଶାସନ ତରଫରୁ ଉପକୂଳବର୍ତ୍ତୀ ଅଞ୍ଚଳର ଜନ ସାଧାରଣମାନଙ୍କୁ ସତର୍କ ସୂଚନା ଜାରୀ କରିଛି। ଜିଲ୍ଲାପାଳ ଜେ ସୋନାଲ ଅଭାସି ମାଧ୍ୟମରେ ଜିଲ୍ଲାର ୮ଟି ବ୍ଲକ ଓ ଦୁଇଟି ମୁନିସିପଲଟିର ସମୀକ୍ଷା ବୈଠକ କରିଛନ୍ତି ।

Headlines 10- ନିଶା ଥାନା ଜଙ୍ଗଲ ଜାମୁଡ଼ା ଅଂଚଳରେ ଆସ୍‌ପଣ୍ଡ ଅଘଟଣ ସାମ୍ନାକୁ ଆସିଛି। ଗରମ ପାଉଁଶରେ ପୋଡ଼ି ହୋଇ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଗୁରୁତର ୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

Also Read- Today Horoscope: ୧୨ଟି ରାଶି ପାଇଁ କିପରି କଟିବ ଦିନ! ପଢ଼ନ୍ତୁ ଆଜିର ରାଶିଫଳ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES