• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Today Horoscope: ୧୨ଟି ରାଶି ପାଇଁ କିପରି କଟିବ ଦିନ! ପଢ଼ନ୍ତୁ ଆଜିର ରାଶିଫଳ

Today Horoscope: ୧୨ଟି ରାଶି ପାଇଁ କିପରି କଟିବ ଦିନ! ପଢ଼ନ୍ତୁ ଆଜିର ରାଶିଫଳ

Rashifal Today 19 November 2026: ଆଜି ଅର୍ଥାତ୍ ୧୯ ନଭେମ୍ବର ୨୦୨୬, ଗୁରୁବାର ଦିନ ଗ୍ରହମାନଙ୍କର ଚଳନରୁ କିଛି ରାଶିକୁ ମିଶ୍ରିତ ଫଳ ମିଳିପାରେ। ଆସନ୍ତୁ ଜାଣିବା ମେଷରୁ ମୀନ ପର୍ଯ୍ୟନ୍ତ ୧୯ ନଭେମ୍ବର ୨୦୨୬ ର ସମ୍ପୂର୍ଣ୍ଣ ରାଶିଫଳ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 19, 2026, 06:35 IST|Updated: Nov 19, 2026, 06:39 IST
joinshare
Today Horoscope: ୧୨ଟି ରାଶି ପାଇଁ କିପରି କଟିବ ଦିନ! ପଢ଼ନ୍ତୁ ଆଜିର ରାଶିଫଳ
Image Credit: Canva

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

4

Cyclone Update: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଆକ୍ୱାନ୍’! ୨୦ରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

5

ମାନବିକତା ଦେଖାଇଲେ ଜିଲ୍ଲାପାଳ ଓ ଏସ୍‌ପି, ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟ ବୃଦ୍ଧାଙ୍କୁ ନିଜେ ନେଲେ ଆଶ୍ରୟସ୍ଥଳୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Aajira Rashifal 19 November 2026: ଆଜି ୧୯ ନଭେମ୍ବର ୨୦୨୬, ଗୁରୁବାର । ସୂର୍ଯ୍ୟ ବିଛା ରାଶିରେ ଅଛନ୍ତି ଏବଂ ଚନ୍ଦ୍ର ଆଜି କୁମ୍ଭ ରାଶିରେ ଚଳନ କରୁଛନ୍ତି। ଆସନ୍ତୁ ଜାଣିବା ମେଷରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିର ଭାଗ୍ୟଫଳ।

ମେଷ ରାଶି
ବ୍ୟସ୍ତମୟ ଜୀବନରୁ ଆଜି କିଛିଟା ଆଶ୍ୱସ୍ତି ପାଇବେ। ଅଭିଜ୍ଞ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଅଧିକ କ୍ରୋଧଠରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ କିଛିଟା କ୍ଷତି ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ କାମର ଚାପ ରହିବ। ପ୍ରେମ ସମ୍ପର୍କରେ ସମୟ ନଷ୍ଟ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ। ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ରଖନ୍ତୁ। ଶୁଭ ରଙ୍ଗ- ଆକାଶୀ ଏବଂ ଶୁଭ ଅଙ୍କ- ୫

ବୃଷ ରାଶି
କୌଣସି ପୂର୍ବ ଯୋଜନା ଉପରେ କାମ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ। ଗୁରୁଜନମାନଙ୍କ ସହଯୋଗ ପାଇବେ। ଟିକେ ସ୍ୱାର୍ଥପର ହେବା ମଧ୍ୟ ଜରୁରୀ। ନ ମାଗିଲେ ଅନ୍ୟମାନଙ୍କ ମାମଲାରେ ପରାମର୍ଶ ଦିଅନ୍ତୁ ନାହିଁ। ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟର ଚାପ ରହିବ। ମଲ୍ଟିନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଥିଲେ ଆପଣଙ୍କୁ କୌଣସି ଟୁରରେ ଯିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ନିଜ ଖାଦ୍ୟପେୟ ଏବଂ ବିଶ୍ରାମ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଶୁଭ ରଙ୍ଗ- ବାଇଗଣୀ
ଏବଂ ଶୁଭ ଅଙ୍କ- ୭

ମିଥୁନ ରାଶି
ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ। ନିଜ ଘର ଏବଂ ବାହାର ଉଭୟ କାର୍ଯ୍ୟରେ ତାଳମେଳ ରଖି ଚଳିବେ। ଜରୁରୀ ଆବଶ୍ୟକ ନପଡିଲେ ଆଜି ବଡ ଧରଣର ଟଙ୍କା-ପଇସା କାରବାର କରନ୍ତୁ ନାହିଁ । ମିଡିଆ, ଗ୍ଲାମର ଆଦି ସହିତ ଜଡ଼ିତ ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭଲ। ଦାମ୍ପତ୍ୟ ସମ୍ପର୍କରେ ମଧୁରତା ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ । ବାହ୍ୟ ପରିବେଶ ପ୍ରତି ସାବଧାନ ରହିବା ଅତ୍ୟନ୍ତ ଆବଶ୍ୟକ। ଶୁଭ ରଙ୍ଗ- ଗୋଲାପୀ ଏବଂ ଶୁଭ ଅଙ୍କ- ୪ ।

କର୍କଟ ରାଶି
ମିଡିଆ କିମ୍ବା ସମ୍ପର୍କ ସୂତ୍ରରୁ କିଛି ଆବଶ୍ୟକୀୟ ସୂଚନା ପାଇବେ । କୌଣସି ନକାରାତ୍ମକ କଥା ଯୋଗୁଁ ବନ୍ଧୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇପାରେ। ବ୍ୟବସାୟରେ଼ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ । କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ରହିଛି। ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ଅଙ୍କ- ୬

ସିଂହ ରାଶି
ନିକଟତର ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ବଡ଼ ଧରଣର ଖର୍ଚ୍ଚ କରିପାରନ୍ତି । ବ୍ୟବସାୟ ଆଗକୁ ବଢିବ । ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁଖମୟ ସମ୍ପର୍କ ରହିବ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶୁଭ ରଙ୍ଗ- ଧଳା ଏବଂ ଶୁଭ ଅଙ୍କ- ୮

କନ୍ୟା ରାଶି
ସମ୍ପତ୍ତି କିଣାବିକା ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଚାଲିଥିଲେ ତାହାର ସମାଧାନ ହୋଇପାରେ। ଅନାବଶ୍ୟକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ। ବ୍ୟବସାୟ ସମ୍ବନ୍ଧୀୟ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ । ଘରର ବ୍ୟବସ୍ଥା ଠିକ୍ ରହିବ। ପ୍ରେମ ସମ୍ପର୍କରେ ଭାବନାତ୍ମକ ନିକଟତା ବଢ଼ିବ। ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ମନରେ ଚିନ୍ତା ରହିବ। ଶୁଭ ରଙ୍ଗ- ନୀଳ ଏବଂ ଶୁଭ ଅଙ୍କ- ୬

ତୁଳା ରାଶି
ଯଦି କୌଣସି ସରକାରୀ ମାମଲା ଅଟକି ରହିଛି, ତେବେ ଆଜି ତାହାର ସମାଧାନ ହୋଇପାରେ। ସମ୍ପର୍କରେ କିଛି ମନୋମାଳିନ୍ୟ ପରିସ୍ଥିତି ସୃଷ୍ଟି ହେଉଛି। ନିଜ କ୍ରୋଧ ଓ ଆବେଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ କାମର ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଟିକସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପୂରଣ କରି ରଖନ୍ତୁ। ପ୍ରେମ ସମ୍ପର୍କକୁ ପାରିବାରିକ ସ୍ୱୀକୃତି ମିଳିବାରେ ଅସୁବିଧା ହୋଇପାରେ। ଋତୁ ଅନୁଯାୟୀ ନିଜ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ରଖନ୍ତୁ। ଶୁଭ ରଙ୍ଗ- ବାଦାମୀ ଏବଂ ଶୁଭ ଅଙ୍କ- ୮

ବିଛା ରାଶି
ଦୀର୍ଘ ଦିନ ଧରି କୌଣସି ଚିନ୍ତା ଓ ଚାପ ଥିଲେ ସେଥିରୁ ମୁକ୍ତି ମିଳିବ। ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅତୀତର ନକାରାତ୍ମକ କଥାକୁ ବର୍ତ୍ତମାନ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ । ବ୍ୟବସାୟିକ ଗତିବିଧିରେ ସୁଧାର ଆସିବ । ନିଜ କାମକୁ ଯୋଜନାବଦ୍ଧ ଭାବରେ କରନ୍ତୁ । ସ୍ୱାମୀ-ସ୍ତ୍ରୀଙ୍କ ପାରସ୍ପରିକ ସମ୍ପର୍କରେ କିଛି ମନୋମାଳିନ୍ୟ ରହିପାରେ। ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସାବଧାନତାର ସହ ଗାଡ଼ି ଚଳାନ୍ତୁ। ଶୁଭ ରଙ୍ଗ- ଧଳା ଏବଂ ଶୁଭ ଅଙ୍କ- ୫

ଧନୁ ରାଶି
କୌଣସି ବିଶେଷ ଯୋଜନାକୁ କାର୍ଯ୍ୟରୂପ ଦେବାକୁ ଚାହୁଁଥିଲେ ସମୟ ଅନୁକୂଳ । ଆପଣଙ୍କ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବା ଆବଶ୍ୟକ । ପ୍ରତିଦ୍ୱନ୍ଦ୍ୱିତା ଭଳି ଗତିବିଧିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। କୌଣସି ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। କମିଶନ ଏବଂ ବୀମା ସମ୍ବନ୍ଧୀୟ ବ୍ୟବସାୟରେ ଲାଭଦାୟକ ଫଳାଫଳ ମିଳିବ । ଅଟକି ରହିଥିବା ପେମେଣ୍ଟ ମିଳିବ। ସ୍ୱାମୀ-ସ୍ତ୍ରୀ ପାରସ୍ପରିକ ସାମଞ୍ଜସ୍ୟ ରଖି ଘରେ ସୁଖଦ ବ୍ୟବସ୍ଥା ବଜାୟ ରଖିବେ। ମାଂସପେଶୀରେ ଯନ୍ତ୍ରଣା ଓ ଟାଣି ହେବା ଭଳି ସମସ୍ୟା ରହିପାରେ। ଶୁଭ ରଙ୍ଗ- ଆକାଶୀ ଏବଂ ଶୁଭ ଅଙ୍କ- ୧

ମକର ରାଶି
ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ନିଜ ପ୍ରୟାସରେ କୌଣସି ଅଭାବ ରଖନ୍ତୁ ନାହିଁ। କୌଣସି ପ୍ରକାର ଯୁକ୍ତିତର୍କ ପରିସ୍ଥିତିରେ ପଡ଼ନ୍ତୁ ନାହିଁ। ଅଫିସ ସମ୍ବନ୍ଧୀୟ କାର୍ଯ୍ୟରେ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଆପଣଙ୍କ ପକ୍ଷ ମଜବୁତ ରହିବ। ବୈବାହିକ ସମ୍ପର୍କ ସୁଖଦ ରହିବ । ଘରେ ସୁଖ-ଶାନ୍ତି ବଜାୟ ରହିବ। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବା ଜରୁରୀ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ଅଙ୍କ- ୩

କୁମ୍ଭ ରାଶି
ଆପଣଙ୍କ ମନ ଖୁସି ରହିବ । ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଆପଣ ନିଜ ଯୋଗ୍ୟତା ଓ ଦକ୍ଷତା ଦ୍ୱାରା ନିଜ କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବାରେ ସଫଳ ହେବେ। ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇପାରେ। ଶୁଭ ରଙ୍ଗ- କ୍ରିମ୍ ଏବଂ ଶୁଭ ଅଙ୍କ- ୯

ମୀନ ରାଶି
ଦୀର୍ଘ ଦିନରୁ ଅଟକି ରହିଥିବା କାମ ଗୁଡିକୁ ଶେଷ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ଯୁବବର୍ଗଙ୍କୁ ଅନେକ ପ୍ରକାର ସହଯୋଗ ମିଳିବ। ଦାୟିତ୍ୱର ବୋଝ ବଢ଼ିପାରେ। ବ୍ୟବସାୟରେ କାଗଜପତ୍ର ସମ୍ବନ୍ଧୀୟ ସମସ୍ତ ଫାଇଲ ବ୍ୟବସ୍ଥିତ କରି ରଖନ୍ତୁ। ପ୍ରପର୍ଟି ବ୍ୟବସାୟରେ ଭଲ ଲାଭ ହେବ। ପାରିବାରିକ ବାତାବରଣ ସୁଖ ମୟ ରହିବ। ମାନସିକ ଏବଂ ଶାରୀରିକ ଥକାପଣ ଅନୁଭବ ହୋଇପାରେ। ଶୁଭ ରଙ୍ଗ- କେଶରୀ ଏବଂ ଶୁଭ ଅଙ୍କ- ୨ ।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Also Read- ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

Add Zee News as a Preferred Source
TAGS:
Astrology