SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Akwan: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା 'ଅକ୍‌ୱାନ୍' ପ୍ରଭାବ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବାତ୍ୟା ‘ଆକୱାନ’ର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି। ଆଜି ସକାଳୁ ରାଜଧାନୀରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ହାଲୁକା କୋହଲା ପବନ ସାଙ୍ଗକୁ ବର୍ଷା ଜାରି ରହିଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 19, 2026, 08:42 IST | Updated: Nov 19, 2026, 08:48 IST
Image Credit: AI
Join

Cyclone Update: ସ୍ଥଳଭାଗ ଆଡକୁ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା 'ଅକ୍‌ୱାନ୍' । ଘଣ୍ଟା ପ୍ରତି ୫ କି.ମି ବେଗରେ ଆଗକୁ ଅଗ୍ରସର ହେଉଛି । କଳିଙ୍ଗପାଟନମ୍‌ରୁ ୪୮୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ସମୟରେ ଗୋପାଳପୁରରୁ ୫୮୦ କି.ମି ଦୂରରେ ରହିଛି । ପୁରୀଠାରୁ ୬୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଦୁଇଟି ଗୁରୁଚାପ ବଳୟ ଭିତରେ ଦୁର୍ବଳ ହେଉଛି ଅକ୍ବାନ୍‌ । ଅକ୍ବାନ୍ କ୍ରମଶଃ ଦୁର୍ବଳ ହେଉଥିବା ନେଇ IMD ପକ୍ଷରୁ ସୂଚନା ଜାରି କରାଯାଇଛି । ଆରବ ସାଗର ଓ ଆଣ୍ଡାମାନ ସାଗର ପଟରୁ ଆସୁଛି ଗୁରୁଚାପ । ସେହି କାରଣରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି ଫଳରେ ବାତ୍ୟା ଦୁର୍ବଳ ହେଉଛି । ଭୀଷଣ ବାତ୍ୟ ନୁହେଁ କେବଳ ବାତ୍ୟା ହୋଇ ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି ।

ବାତ୍ୟା ‘ଆକୱାନ’ର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି। ଆଜି ସକାଳୁ ରାଜଧାନୀରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ହାଲୁକା କୋହଲା ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ଫଳରେ ଆକାଶ ମେଘୁଆ ରହିବା ସହ ରାସ୍ତାଘାଟ ଓ ପରିବେଶ ଓଦା ହୋଇଛି। ବାତ୍ୟାର ପ୍ରଭାବରେ ଆଗକୁ ପାଗରେ ଆହୁରି ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରିଛି। ପାଣିପାଗ ବିଭାଗର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଅକବାନକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପାରାଦୀପ ପୌର ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ପାରାଦୀପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଚାଳଛପର, କଚାଘର କିମ୍ବା ଅନ୍ୟାନ୍ୟ ଅସୁରକ୍ଷିତ ଘରେ ବସବାସ କରୁଥିବା ଲୋକେ ନିଜର ପରିବାର ସହିତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିରାପଦ ସ୍ଥାନକୁ ଯିବା ପାଇଁ ନିବେଦନ କରାଯାଉଛି। ବାତ୍ୟା ଅକବାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ପାରାଦୀପ ସମୁଦ୍ର ବେଳାଭୂମିକୁ କୌଣସି ବ୍ୟକ୍ତି ଯେପରି ନଯାଆନ୍ତି ସେଥିପାଇଁ ସମସ୍ତ ମତ୍ସ୍ୟଜୀବୀ ଓ ଜନ ସାଧାରଣଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଯାଇଛି। ଏହି ନିର୍ଦ୍ଦେଶାବଳୀକୁ ମାନି ଚଳିବା ସହିତ ପ୍ରଶାସନକୁ ସହଯୋଗ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ୧୯ତାରିଖ ଠାରୁ ଆସନ୍ତା ନଭେମ୍ବର୨୧ ପର୍ଯ୍ୟନ୍ତ ସମୁଦ୍ରରେ ଗୋଧୋଇବା, ମାଛ ଧରିବା ଆଦି କୌଣସି ବ୍ୟକ୍ତି ଯେପରି ସମୁଦ୍ର କୂଳକୁ ନଯାଆନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ ପୋଲିସ ପ୍ରଶାସନ ସମସ୍ତ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।

ଜିଲ୍ଲାପାଳ ଜେ ସୋନାଲ ଅଭାସି ମାଧ୍ୟମରେ ଜିଲ୍ଲାର ୮ଟି ବ୍ଲକ ଓ ଦୁଇଟି ମୁନିସିପଲଟିର ସମୀକ୍ଷା ବୈଠକ କରିଛନ୍ତି । ବାତ୍ୟା ପରିଚାଳବା ପାଇଁ ବରିଷ୍ଠ ଆଇଏଏସ ଯାମିନି ଷଡଙ୍ଗୀଙ୍କୁ ଜଗତସିଂହପୁର ଜିଲ୍ଲା ଦାଇତ୍ଵ ଦିଆଯାଇଛି । ଜିଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ୨୦ ତାରିଖ ପଯ୍ୟନ୍ତ ଡିଗ୍ରୀ କଲେଜକୁ ଛୁଟି ଘୋଷଣା କରାଯାଇଛି । ଏଥି ସହିତ ୨୧ ତାରିଖ ପର୍ଯ୍ୟନ୍ତ ଜିଲାରେ ସଭା ସମିତି ଓ ଜନ ସମାଗମକୁ ବାରଣ କରାଯାଇଛି । ଜିଲ୍ଲାରେ ୪୫ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଆସନ୍ତା କାଲି ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୮ଟି ଅଗ୍ନୀଶମ ଓ ୨ଟି ଓଡ୍ରାଫ୍ଟ ଟିମ ପ୍ରସ୍ତୁତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାର ପ୍ରଭାବରେ ପାଗ ସମ୍ପୂର୍ଣ୍ଣ ବଦଳି ଯିବା ସହ ଜଗତସିଂହପୁର ଜିଲାରେ ଝିପି ଝିପି ବର୍ଷା ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଲାଗି ରହିଛି ।

'ଅକବାନ୍' ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜର ପ୍ରସ୍ତୁତିକୁ ଯୋରଦାର୍ କରିଛି। କେନ୍ଦ୍ରାପଡା, ଜଗତସିଂହପୁର ଓ ପୂରୀ ଏହି ତିନୋଟି ଉପକୂଳ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇ ବିଶେଷ ସତର୍କତା ଅବଲମ୍ବନ କରିଛି। ଜଗତସିଂହପୁର ଜିଲ୍ଲା ଏରସମା ଥାନା ପୋଲିସ ପ୍ରଶାସନ ତରଫରୁ ଉପକୂଳବର୍ତ୍ତୀ ଅଞ୍ଚଳର ଜନ ସାଧାରଣମାନଙ୍କୁ ସତର୍କ ସୂଚନା ଜାରୀ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକବାନ ଝଡରେ ପରିଣତ ହୋଇ ଉପକୂଳ ଆଡକୁ ଅଗ୍ରସର ହେଉଛି। ଏହାର ଗତିପଥ ପୂର୍ବରୁ ଯାହା ଥିଲା ତାହା ପରିବର୍ତ୍ତନ କରି ପୁରୀ ଆଡକୁ ମାଡି ଆସୁଥିବାରୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ଝଡ ପବନ ସହ ପ୍ରବଳରୁ ପ୍ରବଳ ବର୍ଷା ହେବ। ତେଣୁ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଏରସମାର ଶିଆଳୀ, ରାମତରା,ପଦ୍ମପୁର ଏବଂ ସମୁଦ୍ର କୂଳରେ ବସବାସ କରୁଥିବା ସମସ୍ତ ଜନ ସାଧାରଣମାନଙ୍କୁ ସମୁଦ୍ର କୂଳକୁ ଯିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଇଛି।

Also Read- Cyclone Update: ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES