• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Cyclone Update: ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ

Cyclone Update: ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ

୪୭ ହଜାରରୁ ଅଧିକ ଲୋକ ସ୍ଥାନାନ୍ତରିତ, ପାହାଡ ତଳି ଅଞ୍ଚଳରୁ ସବୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 19, 2026, 06:54 IST|Updated: Nov 19, 2026, 07:01 IST
joinshare
Cyclone Update: ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ
Image Credit: X/Canva

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

4

Cyclone Update: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଆକ୍ୱାନ୍’! ୨୦ରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

5

ମାନବିକତା ଦେଖାଇଲେ ଜିଲ୍ଲାପାଳ ଓ ଏସ୍‌ପି, ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟ ବୃଦ୍ଧାଙ୍କୁ ନିଜେ ନେଲେ ଆଶ୍ରୟସ୍ଥଳୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଅକୱାନ'ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ପର୍ବକୁ ନେଇ ଆଜି ରାଜ୍ୟ ଏସ.ଆର୍.ସି. (SRC) କଣ୍ଟ୍ରୋଲ ରୁମ୍‌ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ଆମର ଲକ୍ଷ୍ୟ ହେଉଛି'ଜିରୋ କାଜୁଆଲଟି' । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବିଶେଷକରି ପାହାଡ ତଳି ଅଞ୍ଚଳରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାତ୍ୟା ପାଇଁ SRCଙ୍କ କଣ୍ଟ୍ରୋଲ ରୁମ୍‌ରେ ଆଜିଠାରୁ ଜଣେ ଲେଖାଏଁ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ୨୪ ଘଣ୍ଟିଆ ମନିଟରିଙ୍ଗ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ମନିଟରିଙ୍ଗ୍ ଦାୟିତ୍ୱରେ ଅଛନ୍ତି । ପାଣିପାଗ ବିଭାଗର ସୂଚନା ଓ ଆକଳନ ଅନୁଯାୟୀ, ଏହି ବାତ୍ୟାଟି ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଉତ୍ତର ଆନ୍ଧ୍ରପ୍ରଦେଶର ନର୍ସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ଏବଂ କେତେକ ସ୍ଥାନରେ ୧୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରବଳ ଝଟକା ପବନ ବହିବାର ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟା 'ଅକବାନ'ର ମୁକାବିଲା ନିମନ୍ତେ ଆଜି ଏସ.ଆର୍.ସି. (SRC) କଣ୍ଟ୍ରୋଲ ରୁମ୍‌ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବାତ୍ୟା ପ୍ରସ୍ତୁତି ଓ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ନାଗରିକଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇ ପ୍ରଶାସନିକ ତତ୍ପରତାକୁ ତ୍ୱରାନ୍ୱିତ କରାଯାଇଛି। ୧୧ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଥିବା ବେଳେ ୪୪୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ୪୭ ହଜାରରୁ ଅଧିକ ଲୋକ ଓ ୧,୩୧୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାହାଡ଼ ତଳି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ନିମନ୍ତେ ୭୪ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଥିବା ବେଳେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଆଗୁଆ ₹୨୦.୫ କୋଟି ପ୍ରଦାନ କରାଯାଇଛି ଏବଂ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ୭ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି।

— CMO Odisha (@CMO_Odisha) November 18, 2026

୧୧ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଙ୍ଗ୍ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା । ଏହି ଜିଲ୍ଲାମାନଙ୍କରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ୪୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ୩ ହଜାରରୁ  ଅଧିକ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଉଛି ।   ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି । ରେଡ ୱାର୍ଣ୍ଣିଙ୍ଗ୍ ଥିବା ଜିଲ୍ଲା ଗୁଡିକରୁ  ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ଗଞ୍ଜାମରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ  କରାଯାଇଛି । ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ  ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି । ଆଜି ରାତି ସୁଦ୍ଧା ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ । ୧୩୧୩ ଜଣ ଗର୍ଭବତୀ ମହିଳାମାନଙ୍କୁ  ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । 

ଉଦ୍ଧାର କାର୍ଯ୍ୟ ପାଇଁ  ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ କରାଯାଇଛି । ଅଧିକ ୨୦ଟି  ଟିମ୍‌କୁ ମଧ୍ୟ ଆଲର୍ଟରେ ରଖାଯାଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦ୍ଧାର ଓ ରିଲିଫ୍‌କାର୍ଯ୍ୟ ପରିଚାଳନା ପାଇଁ ଆଗୁଆ ପାଣ୍ଠି ଯୋଗାଇ ଦିଆଯାଇଛି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଅନ୍ୟ ୧୫ଟି ଜିଲ୍ଲାକୁ ୧ କୋଟି ଟଙ୍କା ଲେଖାଏଁ, ମାଲକାନଗିରି ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା- ସମୁଦାୟ ୨୦.୫ କୋଟି ଟଙ୍କା ଆଗୁଆ ଦିଆଯାଇଛି ।

ସାତଜଣ ବରିଷ୍ଠ IAS ଅଧିକାରୀଙ୍କୁ ସାତଟି ଜିଲ୍ଲାରେ ପ୍ରସ୍ତୁତି ଏବଂ ରିଲିଫ୍ ଓ ରିଷ୍ଟୋରେସନ୍ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାଗୁଡ଼ିକରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ। ପ୍ରଭାବିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଔଷଧ ଏବଂ ଚିକିତ୍ସା କିଟ୍ ଉପଲବ୍ଧ କରାଯାଇଛି । ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ରିଷ୍ଟୋରେସନ୍ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ୧୦ଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ସଚିବ ସ୍ତରୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରାଯାଇଥିବା ବେଳେ, ୨୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

Also Read- Today Horoscope: ୧୨ଟି ରାଶି ପାଇଁ କିପରି କଟିବ ଦିନ! ପଢ଼ନ୍ତୁ ଆଜିର ରାଶିଫଳ

Add Zee News as a Preferred Source
TAGS:
Cyclone Update
Weather Update