Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା
Cyclone Aqwan: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅକଓ୍ବାନ୍ ଆଜି ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଜି ସାମୁଦ୍ରିକ ଝଡ଼ ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
Cyclone Aqwan: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅକଓ୍ବାନ୍ ଆଜି ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଜି ସାମୁଦ୍ରିକ ଝଡ଼ ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପବନର ବେଗ ୭୦ ରୁ ୮୦ କିମି ରେ ବହୁଛି। ଏବଂ କିଛି ସ୍ଥାନରେ ପବନର ଝଟକା ବି ୯୦ କିମି ରହିଛି।
ALSO READ: Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ
ALSO READ: Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର
କଳିଙ୍ଗପଟନମ୍ (ଆନ୍ଧ୍ର) ଠାରୁ ପ୍ରାୟ ୧୧୦ କିମି ଦକ୍ଷିଣ ପୂର୍ବରେ,ବିଶାଖାପାଟଣା ଠାରୁ ୧୭୦ କିମି ପୂର୍ବରେ ରହିଛି। ପୁରୀରୁ ୨୫୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରର ଦକ୍ଷିଣକୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟାଟି ମଧ୍ୟାହ୍ନରେ ଗୋପାଳପୁର ନିକଟବର୍ତ୍ତୀ ହରିପୁର ଠାରେ ଏହା ତାଣ୍ତବ ରଚିବ। ବାତ୍ୟାର ପ୍ରଭାବକୁ ଦେଖି ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସର୍ବାଧିକ ଗଂଜାମ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୩୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ବାତ୍ୟା କୁ ନେଇ ସମଗ୍ର ଓଡି଼ଶାରେ ହାଇଆଲର୍ଟ ଜାରି କରାଯାଇଛି। ଏହା ଗୋପାଳପୁର ନିକଟର ଛଳଭାଗ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ପଟେ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ଲାଗି ତତ୍ପର ଥିବା ବେଳେ ଲ୍ୟାଣ୍ତଫଲ୍ ସମୟରେ ଅକ୍ୱାନ୍ ଭୀଷଣ ବାତ୍ୟା ନୁହେଁ, ବରଂ ଦୁର୍ବଳ ହୋଇ ସାଧାରଣ ବାତ୍ୟା ହୋଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି଼ କହିଛି।
ସେହିପରି, ବାତ୍ୟାଟି ଆହୁରି ଦୁର୍ବଳ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଅବପାତରେ ପରିଣତ ହେବ। ଶେଷରେ ଏକ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ଆକଳନ କରାଯାଇଛି। ବିଶେଷକରି, ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, ପୁରୀ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି, ଉପକୂଳ ଓ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, କଟକ, ନୟାଗଡ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ଠାରୁ ଆଜି (ଶୁକ୍ରବାର) ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଛି।