• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

Written ByNarmada BeheraEdited ByNarmada Behera
Published: Nov 20, 2026, 05:42 IST|Updated: Nov 20, 2026, 05:53 IST
joinshare
Horoscope Today 20 November 2026: କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Horoscope Today 20 November 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨୦ ହେଉଛି ଶୁକ୍ରବାର। କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
 

ମେଷ ରାଶି1/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ମେଷ-: ଆଜିର ଦିନଟି ଆପଣଙ୍କ ଲାଗି ମିଶ୍ରିତ ଫଳ ପ୍ରଦାନ କରିବ। ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ। କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇ ପାରନ୍ତି। କର୍ମକ୍ଷେତ୍ରରେ କୌଣସି ପ୍ରକାର ବିବାଦ ଦେଖାଦେଇପାରେ। ହେଲେ,ବ୍ୟବସାୟୀଙ୍କ ଲାଗି ସମୟ ବେଶ୍ ଅନୁକୂଳ ରହିବ। ପରିବାର ଲୋକଙ୍କ ସହ ତିକ୍ତତା ଦେଖାଦେଇପାରେ। ନିଜ ବନ୍ଧୁ ଆପଣଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ କରିବା ଯୋଗୁଁ ଅଧା କାର୍ଯ୍ୟ ଶେଷ ହୋଇପାରେ।
ବୃଷ ରାଶି2/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ବୃଷ -: ଦିନଟି ଆପଣଙ୍କ ଲାଗି ଏତେ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କୌଣସି ଚିନ୍ତାରେ ରହିପାରନ୍ତି। ନିଜ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ଭାଇ-ଭଉଣୀଙ୍କ ସହ କୌଣସି ପ୍ରକାର ବିବାଦ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଦିନଟି ଠିକ୍ ଠାକ୍ ରହିବ।
ମିଥୁନ ରାଶି3/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ମିଥୁନ-: କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ମାର୍ଗଦର୍ଶନ ମିଳିବ। ଯାହା ଆପଣଙ୍କ କାର୍ଯ୍ୟକୁ ବୃଦ୍ଧି କରିବାରେ ସହାୟକ ହେବ। ମନ ଖୁସି ରହିବ। ଆପଣଙ୍କ ନିଜ ପ୍ରିୟଜନଙ୍କୁ ଭେଟି ପାରନ୍ତି। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ନିଜ ପତ୍ନୀଙ୍କ ସହ ଦୂରଯାତ୍ରା କରିପାରନ୍ତି।
କର୍କଟ ରାଶି4/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

କର୍କଟ-: କର୍ମକ୍ଷେତ୍ରରୁ କୌଣସି ଦାୟିତ୍ବ ଆପଣଙ୍କ ଠାରୁ ଛଡାଇ ନିଆଯାଇପାରେ। ବରିଷ୍ଠ ଅଧିକାରୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖନ୍ତୁ। କାହା ସହିତ ଦ୍ୱନ୍ଦ କରନ୍ତୁ ନାହିଁ। କାହା ସହ ଉଚ୍ଚ ସ୍ବରରେ ବିଶେଷ ଭାବେ କଥାବାର୍ତ୍ତା କରନ୍ତୁ ନାହିଁ। ଆଭ୍ୟନ୍ତରୀଣ ପାରିବାରିକ ମାମଲାରେ ସିଧାସଳଖ ଆପଣଙ୍କ ମତ ପ୍ରକାଶ କରନ୍ତୁ ନାହିଁ, ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ।
ସିଂହ ରାଶି5/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ସିଂହ-: ଆଜି ପରିବାର କିମ୍ବା ବ୍ୟବସାୟରେ କୌଣସି ପ୍ରକାର ବଡ଼ ନିସ୍ପତ୍ତି ନିଅନ୍ତୁ ନାହିଁ। ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଯଦି ଆପଣଙ୍କ ପାଖକୁ କୌଣସି ବଡ଼ ପ୍ରସ୍ତାବ ଆସେ,ତେବେ କିଛି ସମୟ ନିଅନ୍ତୁ । ପରେ ସତର୍କତାର ସହିତ ବିଚାର କରି ନିସ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ତିକ୍ତ ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ ମତଭେଦ ଦେଖାଦେଇପାରେ।
କନ୍ୟା ରାଶି6/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

କନ୍ୟା-: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ। ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ।ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ପୁରୁଣା ପାରିବାରିକ ସମସ୍ୟାର ସମାଧାନ ପାଇଁ ଏକ ଆଲୋଚନା ଆରମ୍ଭ କରିପାରନ୍ତି।
ତୁଳା ରାଶି7/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ତୁଳା -: ଦିନଟି ଆପଣଙ୍କ ଲାଗି ଠିକଠାକ୍ ରହିବ। କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ। ଫଳରେ ଟେନସନ୍ ବୃଦ୍ଧି ପାଇବ। ଆପଣଙ୍କ ଜୀବନସାଥୀଙ୍କ ସହିତ କୌଣସି କଥା ସେୟାର କଲାସମୟରେ ସତର୍କ ରୁହନ୍ତୁ,କାରଣ ଏହା ଆପଣଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇପାରେ।
ବିଛା ରାଶି8/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ବିଛା -: ସକାଳୁ ସକାଳୁ କିଛି ଭଲ ଖବର ପାଇପାରନ୍ତି। ବନ୍ଧୁମାନଙ୍କ ସହିତ ଏକ ଯାତ୍ରାରେ ଯାଇପାରନ୍ତି। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଭଲ ଲାଭ ପାଇପାରନ୍ତି। ଯଦି ଆପଣ କାହାଠାରୁ ଟଙ୍କା ଋଣ ନେଇଛନ୍ତି,ତେବେ ଆପଣଙ୍କୁ ଏହାକୁ ପରିଶୋଧ କରିବାକୁ ପଡ଼ିପାରେ। ଯାହା ଆର୍ଥିକ ଚାପ ସୃଷ୍ଟି କରିବ। ଜୀବନସାଥୀ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ଲାଗି ରହିପାରେ।
ଧନୁ ରାଶି9/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ଧନୁ -: ଆଜି ଆପଣଙ୍କ ଲାଗି ଦିନଟି ଚ୍ୟାଲେଞ୍ଜିଂ ରହିପାରେ। କୌଣସି ବଡ଼ ବ୍ୟବସାୟିକ ଡିଲ୍ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ ଏବଂ କୌଣସି ସ୍ଥାନରେ ଟଙ୍କା ନିବେଶ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିପାରନ୍ତି। ପରିବାର ସଦସ୍ୟଙ୍କ ସହିତ ବ୍ୟକ୍ତିଗତ ବିଷୟଗୁଡ଼ିକୁ ସେୟାର କରନ୍ତୁ ନାହିଁ, ନଚେତ୍ ବିଶ୍ବାସଘାତର ଶୀକାର ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ମତଭେଦ ବଢ଼ିପାରେ। ପରିବାରରେ କୌଣସି କଥାକୁ ନେଇ ଟେନସନ୍ ଦେଖାଦେଇପାରେ। ଦେହ-ମନ ଭଲ ରହିବ ନାହିଁ।
ମକର ରାଶି10/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ମକର -: ଦିନଟି ଶୁଭଦାୟୀ ରହିବ। ଫସି ରହିଥିବା ଟଙ୍କା ଫେରି ପାଇବ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ଆର୍ଥିକ ଦୃଷ୍ଟିରୁ,ଦିନଟି ଅନୁକୂଳ ରହିବ। ଅଯଥାରେ କାହା ସହିତ ମଜା କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ। ଆପଣଙ୍କ ଜୀବନସାଥୀଙ୍କ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖନ୍ତୁ। ପରିବାରରେ କିଛି ଅଭାବ ରହିପାରେ।
କୁମ୍ଭ ରାଶି11/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

କୁମ୍ଭ -: ଆଜି ପରିବାର କିଛି ଶୁଭ ଘଟଣା ଘଟିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ପ୍ରକଳ୍ପ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଯାତ୍ରାରେ କିଛି ଛୋଟ ବାଧା ସୃଷ୍ଟି ହୋଇପାରେ। ଲକ୍ଷ୍ୟ ହାସଲ ହେବାର ସମ୍ଭାବନା ଅଛି। ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଥିବା ପୁରୁଣା ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ସ୍ତ୍ରୀ ଏବଂ ପିଲାମାନଙ୍କ ସହ ଭଲ ସମୟ ଅତିବାହିତ କରିବେ।
ମୀନ ରାଶି12/12

Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

ମୀନ-: ଆଜି ଆପଣ ଏକ ବଡ଼ ପୁରୁଣା ବିବାଦର ସମାଧାନ କରିବାରେ ସଫଳ ହେବେ। ବ୍ୟବସାୟରେ କାହାକୁ ଅଧିକ ଟଙ୍କା ଋଣ ଦିଅନ୍ତୁ ନାହିଁ। ପରିବାରରେ ସମନ୍ୱୟର ଅଭାବ ହୋଇପାରେ,ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଆପଣଙ୍କ ଜୀବନସାଥୀଙ୍କ କୌଣସି କଥାକୁ ନେଇ ଟେନସନ୍ ହୋଇପାରେ। ଶ୍ୱଶୁର ଘର ଲୋକଙ୍କ ବିଷୟରେ ଖରାପ କଥା କହିବା କାଲି ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

2

Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

3

Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

4

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

5

ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.