Flood Update: ବାତ୍ୟା ପରେ ବନ୍ୟା ସ୍ଥିତି ହେବ କି ନାହିଁ ସ୍ପଷ୍ଟ କଲେ ସର୍ବୋଚ୍ଚ ଯନ୍ତ୍ରୀ
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା 'ଅକ୍ଵାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ଗତଥର ଭଳି ଏଥର ବଡ଼ ବନ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ । ସୂଚନା ଅନୁଯାୟୀ, ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ କେଉଁଠି ଅଧିକ ବର୍ଷା ହୋଇନାହିଁ । ଗଞ୍ଜାମରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦା ଜଳସ୍ତର ବଢ଼ିଛି । ଜଳସ୍ତର ବୃଦ୍ଧି ପାଇଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସବୁ ପାଣି ସୁରକ୍ଷିତ ଭାବେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ତେଣୁ ଗତଥର ଭଳି ବଡ଼ ବନ୍ୟା ସୃଷ୍ଟି ହେବନି ବୋଲି ଆକଳନ କରାଯାଉଛି । ଡହରେ ୪୪%, ବାଘୁଆରେ ୭୦%, ଘୋଡ଼ାହାଡ଼ରେ ୫୮% ପାଣି ଅଛି । ବାଘଲଟୀରେ ୬୦%, ହରଭଙ୍ଗୀରେ ୫୪% ପାଣି ଅଛି । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଜଳପ୍ରବାହ ଉପରେ ନଜର ରଖିଛୁ, ପ୍ରାୟତଃ ଗେଟ୍ ଖୋଲିବାକୁ ପଡ଼ିବନି । ଆଜିର ବର୍ଷା ଉପରେ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି । କାଲି ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟରେ ଥିବାରୁ ଅଧିକ ବନ୍ୟା ହେବନି ।
ଅନ୍ୟପଟେ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା 'ଅକ୍ଵାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ମଧ୍ୟ ସତର୍କ ରହିବାକୁ ହେବ । ଆଜି ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଥିବାରୁ ସତର୍କ ରହିବାକୁ ହେବ । ପାତ୍ରପୁରରେ ସର୍ବାଧିକ, ହିଞ୍ଜିଳିକାଟୁରେ ୨ୟ ସର୍ବାଧିକ ବର୍ଷା ହୋଇଛି । ଭୂସ୍ଖଳନ ଆଶଙ୍କା ରହିଛି, ପ୍ରଶାସନ ନଜର ରଖିଛି । ବିଭିନ୍ନ ଡ୍ୟାମ୍ ଓ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । କାଲି ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟ ସ୍ଥଳ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏବେ ପ୍ରାୟ ୧୦ ହଜାର ୧୦ ଜଣଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି । ଗଞ୍ଜାମରେ ୧,୫୪,୨୯୦, କେନ୍ଦ୍ରାପଡ଼ାରେ ୫୧,୯୫୬ ଜଣ, ପୁରୀରେ ୪୦,୨୯୫ ଜଣ, ଗଜପତିରେ ୨୮,୬୯୩ ଲୋକ, ଖୋର୍ଦ୍ଧା ଜିଲ୍ଲାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିସହ ୪,୪୭୦ ଗର୍ଭବତୀଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟ ମଧ୍ୟରେ ୧,୪୫0 ଶିଶୁ ଜନ୍ମଗ୍ରହଣ କରିଛନ୍ତି । ଉଭୟ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି ।
ପୋଲସରାରେ ମା’ତାରାତାରିଣୀ ପୀଠ ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ହୋଇଛି । ରାସ୍ତା ଉପରେ ଗଛ ଓ ବଡ଼ ବଡ଼ ପଥର ପଡିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ପାହାଡ଼ ରାସ୍ତା ସିଲ୍ କରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
Also Read- ତେଲକୋଇରେ ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ