Pm Modi: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦ୍ର ମୋଦୀ।ଆସନ୍ତାକାଲି ମୋଦୀ ଓଡି଼ଶା ଗସ୍ତରେ ଆସିବେ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨ ଘଣ୍ଟା ୨୫ ମିନିଟ୍ ରହିବେ। ରବିବାର ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ହଜାର ହଜାର କର୍ମୀ ସ୍ବାଗତ କରିବେ। ଏହା ପରେ ସ୍ବତନ୍ତ୍ର ହେଲକପ୍ଟର ଯୋଗେ ମୋଦୀ ଖୋର୍ଦ୍ଧା ହେଲିପ୍ୟାଡ ଯିବେ। ସେଠାରେ ୪ଟା ୩୫ରେ ପହଞ୍ଚିବେ। ଆରବିଆଇର ଗ୍ରୀନ୍ ଫିଲ୍ମ ଡାଟା ସେଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମରେ ୪ଟା ୪୫ ରେ ପହଞ୍ଚି ପ୍ରାୟ ୧ ଘଣ୍ଟା ରହିବେ।
ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ୍ ସହ ଅଭିଭାଷଣ ଦେବେ। ୫ଟା ୪୫ ରେ ପ୍ରଧାନମନ୍ତ୍ରୀ ସେଠାରୁ ଆସି ଭୁବନେଶ୍ବର ବିମାନ ବନ୍ଦର ରେ ପହଞ୍ଚିବେ। ସଂନ୍ଧ୍ୟା ୬ଟା ୩୫ ମିନିଟ୍ ରେ ଭୁବନେଶ୍ବରରୁ ଦିଲ୍ଲୀ ଫେରିଯିବେ। ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ପ୍ରକାଶ ପାଇଥିବା ବେଳେ ଏହି ଗସ୍ତ ଲାଗି ବିଜେପି କର୍ମୀଙ୍କ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।
ତେବେ, ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ଦେଶର ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ବ୍ୟବସ୍ଥା ର ଡିଜିଟାଲ୍ ସୁରକ୍ଷାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ। ଜଟଣୀ ଇନ୍ ଫୋ ଭ୍ୟାଲି-୨ରେ ୧୮.୫୫ ଏକର ଜମିରେ ଏହି ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ନିର୍ମାଣ କରାଯାଇଛି। ପ୍ରକଳ୍ପ ପାଇଁ ପ୍ରାୟ ୧୬୯ ରୁ ୧୭୦ କୋଟି ଟଙ୍କା ବ୍ବୟ ହୋଇଛି। ମହାରାଷ୍ଟ୍ରର ନଭି ମୁମ୍ବାଇ ସ୍ଥିତି ଖାରଘରରେ ଥିବା ଆରବିଆଇର ପ୍ରାଥମିକ ଡାଟା ସେଣ୍ଟର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ବ୍ୟାକ୍ ଅପ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି।