• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ନିୟମ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା

ନିୟମ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା

କାର୍ତ୍ତିକ ପରେ ଆନନ୍ଦ ବଜାରରେ ଶୃଙ୍ଖଳିତ ଅବଢ଼ା ଓ ଶୁଖିଲା ଭୋଗ ବିକ୍ରି ବ୍ୟବସ୍ଥା ପାଇଁ ସେବକଙ୍କ ସହିତ ହୋଇଛି ଆଲୋଚନା । କାର୍ତ୍ତିକ ପରେ ଲାଗିବ ରେଟ୍ ଚାର୍ଟ। ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ସୁଆର ମହାସୁଆରର ୯ ଦଫା ଦାବି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 16, 2026, 01:42 PM IST|Updated: Nov 16, 2026, 01:49 PM IST
joinshare
ନିୟମ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା
Image Credit: Puri News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ନିୟମ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା

ନିୟମ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା

2

ବିକ୍ରୟ ଚୁକ୍ତି ପୂର୍ବରୁ ଅପ୍ରତ୍ୟାଶିତ ମୋଡ଼.. ୨,୧୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହ୍ରାସ କଲା IDBI ବ୍ୟାଙ୍କ..!

3

୩ଜଣଙ୍କୁ ନୂଆ ଜୀବନ ଦେଇ ଚିର ନିଦ୍ରାରେ ସୁନା ଝିଅ ଦିବ୍ୟାଶୀ

4

Top 10 News: ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି, ବାତ୍ୟା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

5

ନେପାଳରେ ଛଠ୍ ପୂଜାରେ ଉତ୍ତେଜନା! ସୁନସରୀରେ ଘାଟରେ ଭଙ୍ଗାରୁଜା, ୨ ଗିରଫ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ପୁରୀ: (ସଞ୍ଜୟ ମହାପାତ୍ର) ମହାପ୍ରସାଦର ଦଲାଲୀ ବିକ୍ରିରେ ଲାଗିବ ରୋକ୍ । ଶ୍ରୀମନ୍ଦିର ବାହାରେ ଅବଢ଼ା ବିକ୍ରିକୁ ନିୟମ ବିରୋଧୀ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିୟମ ବିରୋଧୀ କାର୍ଯ୍ୟ ପାଇଁ ଦିଆଯାଇଛି ଏତଲା ।

କାର୍ତ୍ତିକ ପରେ ଆନନ୍ଦ ବଜାରରେ ଶୃଙ୍ଖଳିତ ଅବଢ଼ା ଓ ଶୁଖିଲା ଭୋଗ ବିକ୍ରି ବ୍ୟବସ୍ଥା ପାଇଁ ସେବକଙ୍କ ସହିତ ହୋଇଛି ଆଲୋଚନା । କାର୍ତ୍ତିକ ପରେ ଲାଗିବ ରେଟ୍ ଚାର୍ଟ। ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ସୁଆର ମହାସୁଆରର ୯ ଦଫା ଦାବି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏତଲା । କାର୍ତ୍ତିକ ପରେ ଆନନ୍ଦ ବଜାରରେ ଶୃଙ୍ଖଳିତ ମହାପ୍ରସାଦ ଓ ଶୁଖିଲି ଭୋଗ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ସେବକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ କରିଛି ଆଲୋଚନା । କାର୍ତ୍ତିକ ପରେ ଲାଗିବ ରେଟ୍ ଚାର୍ଟ ବା ଦର ତାଲିକା । ଶ୍ରୀମନ୍ଦିର ବାହାରେ ଉତ୍ତର ଦ୍ୱାରରେ ଥାଳିରେ ମହାପ୍ରସାଦର ପରମ୍ପରା ବିରୋଧୀ ବିକ୍ରି ରୋକିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଛି । ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରିର ନିୟମ ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେଣୁ ଖୁବ୍ ଶୀଘ୍ର ଶୃଙ୍ଖଳିତ ବିକ୍ରି ବ୍ୟବସ୍ଥା ପାଇଁ ସେବକଙ୍କ ସହ ଆଲୋଚନା ହୋଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଯେଉଁମାନେ ଅବଢ଼ାକୁ ଆଣି ବାହାରେ ବିକ୍ରି କରୁଥିଲେ ସେମାନଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଆନନ୍ଦ ବଜାର ଶୃଙ୍ଖଳା ପାଇଁ ୯ ଦଫା ଦାବି ରଖିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଉତ୍ତର ଦ୍ୱାର କିମ୍ବା ଦକ୍ଷିଣ ଦ୍ୱାରରେ ଏକ କାଉଣ୍ଟର କରିବାକୁ ପ୍ରସ୍ତାବ ଦେଇଛି ନିଯୋଗ । ଯାହାଫଳରେ ଗହଳି କିମ୍ବା ନୀତିକାନ୍ତି ସମୟରେ ଭିତରକୁ ଯାଇ ପାରୁ ନଥିବା ଭକ୍ତ ଟିଏ କାଉଣ୍ଟରରେ ସୁଆର ମହାସୁଆର ନିଯୋଗର ପ୍ରତିନିଧିଙ୍କୁ ବରାଦ ଦେଇ ମହାପ୍ରସାଦକୁ ଉଚିତ୍ ମୂଲ୍ୟରେ ପାଇ ପାରିବ । ଖାଲି ସେତିକି ନୁହେଁ, ଦର ତାଲିକା ପ୍ରସ୍ତୁତ କରି ବଜାରରେ ଦ୍ରବ୍ୟର ମୂଲ୍ୟକୁ ତୁଳନା କରି ମହାପ୍ରସାଦର ଦର ତାଲିକା ଆନନ୍ଦ ବଜାରରେ ମାରିବାକୁ ଆଲୋଚନା ହୋଇଛି । ଏହାସହିତ ପ୍ରତ୍ୟେକ ଷ୍ଟଲର ନମ୍ବରିଙ୍ଗ ଓ ସହାୟକ ପରିଚୟପତ୍ର, ଇତ୍ୟାଦି ବ୍ୟବସ୍ତା ଆନନ୍ଦ ବଜାର ଶୃଙ୍ଖଳା ଅନ୍ତର୍ଗତ ରହିଛି । ଦର୍ଶନ ବନ୍ଦ୍ ଥିବା ସମୟରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣର ନୂଆ ନିୟମ ଯୋଗୁଁ ମହାପ୍ରସାଦ ପାଇଁ ଭକ୍ତ ମାନେ ଅପେକ୍ଷା କରୁଥିବା ବେଳେ ଏହାର ସୁଯୋଗ ନେଇଛନ୍ତି କିଛି ଦଲାଲ୍।

Also Read- ବିକ୍ରୟ ଚୁକ୍ତି ପୂର୍ବରୁ ଅପ୍ରତ୍ୟାଶିତ ମୋଡ଼.. ୨,୧୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହ୍ରାସ କଲା IDBI ବ୍ୟାଙ୍କ..!

Add Zee News as a Preferred Source
TAGS:
Odia News