Odisha News: ଭିଜିଲାନ୍ସ ଜାଲରେ ପଡିଥିବା କଟକ-ଜଗତପୁର ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (SE) ପ୍ରସନ୍ନଜିତ ଦାସଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ୍ ଲକରରୁ ୬୦୬ ଗ୍ରାମ୍ ରୁ ଅଧିକ ସୁନା ଅଳଙ୍କାରରୁ ଜବତ ହୋଇଛି। ଏହା ସହ ତାଙ୍କୁ ତିନି ଦିନିଆ ରିମାଣ୍ତରେ ନିଆଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଧିକାରୀଙ୍କ ଅନୁମୋଦନ ପରେ ତାଙ୍କ ରିମାଣ୍ତ ସମୟରେ ସମ୍ପତ୍ତି ଜବତ ହୋଇଛି। ଏହି ମାମଲାଟି ପୂର୍ବରୁ ଅକ୍ଟୋବର ୧୭ ତାରିଖରେ ଘଟିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚାନକ ଭାବେ ଭିଜିଲାନ୍ସ ଚଢାଉ କରିଥିଲା ସେ ସନ୍ଦେହଜନକ ଭାବେ ଅବୈଧ ଉପାୟରେ ଅର୍ଜିତ ୭,୨୮,୬୨୦ ଟଙ୍କା ନିଜ ସହ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ। ଏହି ଘଟଣା ପରେ, ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଆଉ ୧୪,୬୦,୦୦୦ ଟଙ୍କା ନଗଦ ମିଳିଥିଲା। ମୋଟ୍ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ଠାରୁ ୨୧,୮୮,୬୨୦ ଟଙ୍କା ଜବତ ହୋଇଛି। ସେହି ଦିନ ହିଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଥିଲା।