Odisha Assembly: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଆଜି ମଧ୍ୟ ଗୃହ ମୁଲତବି ହୋଇଛି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ ।
Published: Nov 19, 2026, 12:23 IST
| Updated: Nov 19, 2026, 12:51 IST
Odisha Assembly: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକମାନଙ୍କ ଗୃହର ମଧ୍ୟଭାଗରେ ବ୍ୟାନର୍ ଓ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ । ବନ୍ୟା ମୁକାବିଲାରେ ସରକାର ଫେଲ୍ ହୋଇଥିବା ଅଭିଯୋଗ କରିଛି ବିଜେଡି । ସେହିପରି କୋଟିଆ ପ୍ରସଙ୍ଗରେ ଗୃହ ଭିତରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ ।
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଆଜି ମଧ୍ୟ ଗୃହ ମୁଲତବି ହୋଇଛି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଲାଗି ରହିବାରୁ ମୁଲତବି କରାଯାଇଛି ।
Also Read- CRFM ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ, ୨ ବରିଷ୍ଠ କୃଷି ଅଧିକାରୀ ଗିରଫ
Also Read- Cyclone Alert: ବାତ୍ୟା ପାଇଁ ରେଡ ଆଲର୍ଟ ଜାରି ପରେ ଜନଶୂନ୍ୟ ପୁରୀ ସମୁଦ୍ରକୂଳ