• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Clash in Srimandira: ଶ୍ରୀମନ୍ଦିର ଭିତରେ ମହାଭାରତ! ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍

Clash in Srimandira: ଶ୍ରୀମନ୍ଦିର ଭିତରେ ମହାଭାରତ! ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍

ଅଭିଯୋଗ ଅନୁସାରେ, ଜେଟିପିଙ୍କ ଆକ୍ରମଣ ଯୋଗୁଁ ବଙ୍ଗୀୟ ଭକ୍ତମାନେ ଘେରି ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି।

Reported BySanjaya Kumar MohapatraEdited ByPriyambada Rana
Published: Nov 19, 2026, 16:01 IST|Updated: Nov 19, 2026, 16:42 IST
joinshare
Clash in Srimandira: ଶ୍ରୀମନ୍ଦିର ଭିତରେ ମହାଭାରତ! ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍
Image Credit: AI

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

    4

    Cyclone Update: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଆକ୍ୱାନ୍’! ୨୦ରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

    5

    ମାନବିକତା ଦେଖାଇଲେ ଜିଲ୍ଲାପାଳ ଓ ଏସ୍‌ପି, ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟ ବୃଦ୍ଧାଙ୍କୁ ନିଜେ ନେଲେ ଆଶ୍ରୟସ୍ଥଳୀ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Srimandira: ପୁରୀ ଶ୍ରୀମନ୍ଦିର ଭିତରେ ଅପ୍ରୀତିକର ପରିସ୍ଥିତି। ଜେଟିପି (Jagannath Temple Police) ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ଆସିଛି। ମନ୍ଦିରର ଘଣ୍ଟି ଦ୍ୱାର ଦେଇ ପ୍ରବେଶ କରିବାକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏହାକୁ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

    ALSO READ: Kalinga Ghati: ବାତ୍ୟା ‘ଅକୱାନ୍’ ଭୟ: କଳିଙ୍ଗା ଘାଟି ରାସ୍ତା ସିଲ୍, ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ

    ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ସମୟରେ ଦର୍ଶନକୁ ନେଇ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି।

    ଶ୍ରୀମନ୍ଦିର ଭିତରେ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ମାରପିଟ୍! ଦର୍ଶନକୁ ନେଇ ଉତ୍ତେଜନା, ଥାନାରେ ମାମଲା #srimandira https://t.co/GvQdXD0rbp

    — ZEE Odisha News (@ZeeOdisha) November 19, 2026

    ଅଭିଯୋଗ ଅନୁସାରେ, ଜେଟିପିଙ୍କ ଆକ୍ରମଣ ଯୋଗୁଁ ବଙ୍ଗୀୟ ଭକ୍ତମାନେ ଘେରି ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି।

    ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କହିଛନ୍ତି ଯେ, ଏହାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। ଶ୍ରୀମନ୍ଦିର ଭଳି ଏକ ପବିତ୍ର ଧାର୍ମିକ ସ୍ଥଳରେ ଏଭଳି ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

    Add Zee News as a Preferred Source
    TAGS:
    Odia News