• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Kartika Brata 2026: ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

Kartika Brata 2026: ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

Maha Kartika: ହୁଳୁହୁଳିରେ କମ୍ପିବ ହବିଷ୍ୟାଳି ଶିବିର। ବ୍ରତଧାରଙ୍କ ଭଜନ ଜଣାଣ ପୁରୀରେ ଭରିବ ଉନ୍ମାଦନା। କାର୍ତ୍ତିକ ବ୍ରତ କରିବା ପାଇଁ ପୁରୀକୁ ହଜାର ହଜାର ହବିଷ୍ୟାଳିଙ୍କ ସୁଅ ଛୁଟୁଛି। ଆଜିଠାରୁ ଆରମ୍ଭ ହୋଇଛି ରାଇଦାମୋଦର ବ୍ରତ। ଏଣୁ ରବିବାର ଠାରୁ ପ୍ରାୟ ୪ ହଜାର ହିବିଷ୍ୟାଳୀ ପୁରୀରେ ପହଞ୍ଚିଛନ୍ତି।

Written ByNarmada BeheraEdited ByNarmada Behera
Published: Oct 26, 2026, 09:19 AM IST|Updated: Oct 26, 2026, 09:21 AM IST
joinshare
Kartika Brata 2026: ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼
Image Credit: ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Maha Kartika: ହୁଳୁହୁଳିରେ କମ୍ପିବ ହବିଷ୍ୟାଳି ଶିବିର। ବ୍ରତଧାରଙ୍କ ଭଜନ ଜଣାଣ ପୁରୀରେ ଭରିବ ଉନ୍ମାଦନା। କାର୍ତ୍ତିକ ବ୍ରତ କରିବା ପାଇଁ ପୁରୀକୁ ହଜାର ହଜାର ହବିଷ୍ୟାଳିଙ୍କ ସୁଅ ଛୁଟୁଛି।  ଆଜିଠାରୁ ଆରମ୍ଭ ହୋଇଛି ରାଇଦାମୋଦର ବ୍ରତ। ଏଣୁ ରବିବାର ଠାରୁ ପ୍ରାୟ ୪ ହଜାର ହିବିଷ୍ୟାଳୀ ପୁରୀରେ ପହଞ୍ଚିଛନ୍ତି।  

    ପାଖାପାଖି ୨୦୦୦ ହବିଷ୍ୟାଳି ଶିବରରେ ରହିଥିବା ବେଳେ ବାକି ହବିଷ୍ୟାଳୀ ବିଭିନ୍ନ ମଠ, ଆଶ୍ରମ ଓ ଧର୍ମଶାଳାରେ ରହିଛନ୍ତି। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କଲେ କୋଟି ପୁଣ୍ୟ ମିଳେ। ଏହି ଆଶା ରଖି ରବିବାର ପୁରୀରେ ପହଞ୍ଚିଛନ୍ତି ହବିଷ୍ୟାଳି।  ପ୍ରଶାସନ ତରଫରୁ ତିନୋଟି ସ୍ଥାନରେ ହବିଷ୍ୟାଳୀ କେନ୍ଦ୍ରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।  ରବିବାର ସଂସ୍ଥା ସୁଧା ପ୍ରାୟ ୨୦୦୦ ଜଣ ହବିଷ୍ୟାଳୀ ସରକାରୀ ଶିବିରରେ ପହଞ୍ଚିଛନ୍ତି।

    ବୃନ୍ଦାବତୀ ନିବାସ ଶିବିରରେ ୧୦୪୪,ରେଲଓ୍ବେ ଟୁରିଷ୍ଟ କମ୍ପ୍ଲେସ୍ ରେ ୫୧୮ ଓ ମୋଚିସାହି କଲ୍ୟାଣ ମଣ୍ତପରେ ୪୫୦ ଜଣ ହବିଷ୍ୟାଳୀ ପଞ୍ଜିକରଣ କରି ରହିଛନ୍ତି।  ପୂର୍ବରୁ ପଞ୍ଜିକରଣ କରିଥିବା ଏହି ହବିଷ୍ୟାଳୀଙ୍କୁ ସ୍ବତନ୍ତ୍ର ପରିଚୟ ଦେଇ  ରୁମ୍ ରେ ରଖାଯାଇଥିଲା। ସେମାନଙ୍କ ପାଇଁ ଦୈନିକ ନିଃଶୁକ୍ଲ ମହାପ୍ରସାଦ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟାରିକେଟ୍ ମଧ୍ୟ କରାଯାଇଛି।

    ALSO READ: Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା

    ALSO READ: Cyclone Update: ସାମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଆସିଲା ବଡ଼ ଅପଡେଟ୍! ଲ୍ୟାଣ୍ତଫଲ୍ ପରେ ଓଡ଼ିଶାରେ...

    ଅନଲାଇନ୍ ଆବେଦନ କରି,  ଯୋଗ୍ୟ ବିବେଚିତ ହବିଷ୍ୟାଳୀ ମାଆ ମାନେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କରେ ପଞ୍ଜିକରଣ କରାଇଥିଲେ। ଜିଲ୍ଲାପାଳ ସକାଳୁ କେନ୍ଦ୍ର ପରିଦର୍ଶନ କରିଥିଲେ। ସମସ୍ତ କାର୍ଯ୍ୟକୁ ସେ ଅନୁଧ୍ୟାନ କରିଥିଲେ। ସେହିପରି, ପୁରୀର ବିଭିନ୍ନ ମଠ, ଆଶ୍ରମ, ଧର୍ମଶାଳା ରେ ବି ହବିଷ୍ୟାଳି ଭିଡ଼ ଜମାଇଛନ୍ତି। ଗୋଏଙ୍କା ଧର୍ମଶାଳ, ଦୁଦୁଓ୍ବାଲା ଧର୍ମଶାଳା ସମେତ ଅନ୍ୟାନ୍ୟ  ଧର୍ମଶାଳାରେ ଶତାଧିକ ହବିଷ୍ୟାଳି ରହିଛନ୍ତି। ଏହି ହବିଷ୍ୟାଳୀମାନେ ସକାଳୁ ସଂକଳ୍ପ କରି ବିଧିବଧ ଭାବେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ସଂକଳ୍ପ କରିଥିବା ହିବିଷ୍ୟାଳିମାନେ ହବିଷାନ୍ନ କିମ୍ବା ମହାପ୍ରସାଦ ଖାଇବେ। ଏବଂ ସଂକଳ୍ପ ନ କରି କେବଳ ବ୍ରତ କରିଥିବା ହବିଷ୍ୟାଳିମାନେ ଶୁଦ୍ଧ ଖାଦ୍ୟ ଓ ଅରୁଆ ଖାଇବେ।  

     

    Add Zee News as a Preferred Source
    TAGS:
    Odia News