• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ସମ୍ବଲପୁର
  • /Sambalpur News:ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

Sambalpur News:ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

Sambalpur News:ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

Reported ByAjaya Kumar NathEdited ByNarmada Behera
Published: Oct 19, 2026, 09:40 PM IST|Updated: Oct 19, 2026, 09:44 PM IST
joinshare
Sambalpur News:ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
Image Credit: Sambalpur News:ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

About the Author

    Ajaya Kumar Nath

    Ajaya Kumar Nath

    Ajaya Kumar Nath
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Sambalpur News: ଆଜି ସକାଳେ ମା ସମଲେଶ୍ୱରୀ ଙ୍କ ଦର୍ଶନ ସହ ସମ୍ବଲପୁରରେ ଦୁର୍ଗା ମନ୍ଦିର ଓ ପୂଜା ମଣ୍ଡପ ଦର୍ଶନ କରି ରାମଲୀଳା ଉତ୍ସବରେ ଯୋଗଦେଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମାଜକୁ ଶୃଙ୍ଖଳିତ, ନିଶାମୁକ୍ତ ଏବଂ ରାମମୟ କରିବା - ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହ ମା'' ଦୁର୍ଗାଙ୍କ ପାଖରେ ଜଗତର କଲ୍ୟାଣ କାମନା କଲେ ସାଂସଦ । ମହାନବମୀରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ କହିଲେ ଧର୍ମେନ୍ଦ୍ର । ଦୁର୍ଗାପୂଜା ହେଉଛି ଅଧର୍ମ ଉପରେ ଧର୍ମର ବିଜୟ, ସଦଭାବନା, ସମର୍ପଣ ଏବଂ ଆସ୍ଥାର ପ୍ରତୀକ

    ସମ୍ବଲପୁର ରାମଲୀଳା ଆମର ସନାତନ ସଂସ୍କୃତି ଓ ଭକ୍ତିଭାବକୁ ପ୍ରତିଫଳିତ କରୁଛି। ଆଜି ପବିତ୍ର ନବରାତ୍ରୀ ଅବସରରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ନଗରର ବିଭିନ୍ନ ଦୁର୍ଗା ମନ୍ଦିର ଓ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । ଏହାସହ ‘ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି’ ଦ୍ୱାରା ଆୟୋଜିତ ଭବ୍ୟ ରାମଲୀଳା ଓ ରାବଣ ଦହନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଏକ ଶୃଙ୍ଖଳିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ।

    ଶ୍ରୀ ପ୍ରଧାନ ନିଜ ଗସ୍ତ କାଳରେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ପରେ ଲପଙ୍ଗା ଓ ଠେମରା ସ୍ଥିତ ରଣେଶ୍ୱରୀ ରାମଚଣ୍ଡୀ ପୀଠ ଏବଂ ଶକ୍ତି ଛକ ସ୍ଥିତ ମା’ ଭୁବନେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ସମ୍ବଲପୁର ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ । ୧୦୮ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ କରୁଥିବା କାଲିବାଡ଼ି ଦୁର୍ଗାପୂଜା କମିଟି ସମେତ ବିଭିନ୍ନ ଆୟୋଜକ ବୃନ୍ଦଙ୍କୁ ସୁନ୍ଦର ଓ ଶୃଙ୍ଖଳିତ ଆୟୋଜନ ପାଇଁ ସେ ଧନ୍ୟବାଦ ଜଣାଇଥିଲେ ।

    ALSO READ: Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...

    ALSO READ: Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?

    ସେ ଦଶହରାର ଶୁଭେଚ୍ଛା ଜଣାଇବା ସହ କହିଥିଲେ, ଆମର ପର୍ବପର୍ବାଣୀ ଗୁଡ଼ିକ ଆମର ପରିଚୟ ଏବଂ ଦୁର୍ଗାପୂଜା ଅଧର୍ମ ଉପରେ ଧର୍ମର ବିଜୟ, ସଦ୍ଭାବନା, ସମର୍ପଣ ଏବଂ ଆସ୍ଥାର ପ୍ରତୀକ । ମା’ ଦୁର୍ଗାଙ୍କ ଆରାଧନାର ଏହି ମହାନ ପର୍ବ ସମାଜରେ ନୂତନ ଉର୍ଜା, ସାହସ ଓ ଆଧ୍ୟାତ୍ମିକତାର ନୂଆ ବାତାବରଣ ତିଆରି କରିଛି।

    ସମ୍ବଲପୁରରେ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି ଦ୍ୱାରା ଆୟୋଜିତ ରାମଲୀଳା ଓ ରାବଣ ଦହନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, ସମ୍ବଲପୁରରେ ଅତ୍ୟନ୍ତ ଭବ୍ୟତା ଓ ଉଚ୍ଚକୋଟିର ରାମଲୀଳା ଆୟୋଜନ କରାଯାଉଛି, ଯାହା ଆମର ସନାତନ ସଂସ୍କୃତି ଓ ଭକ୍ତିଭାବକୁ ପ୍ରତିଫଳିତ କରୁଛି । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି । କେବଳ ପ୍ରଭୁ ରାମଙ୍କୁ ପୂଜାର୍ଚ୍ଚନା କଲେ ହେବ ନାହିଁ, ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଆମ ସମାଜକୁ ସ୍ୱଚ୍ଛ, ସୁସ୍ଥ, ନିଶାମୁକ୍ତ ଏବଂ ‘ରାମମୟ’ କରିବାକୁ ପଡ଼ିବ । ସମ୍ବଲପୁରର ଏହି ପବିତ୍ର ରାମଲୀଳା ମଞ୍ଚରୁ ହିଁ ସେହି ବାର୍ତ୍ତା ହିଁ ପ୍ରସାରିତ ହେଉଛି । ସମାଜରେ ପ୍ରଭୁ ଶ୍ରୀରାମଙ୍କ ମୂଲ୍ୟବୋଧ ଓ ନୈତିକତାକୁ ଆଣିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

     

    Add Zee News as a Preferred Source
    TAGS:
    Odia News