- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /EPFO New Rules: PF ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ! ମିଳିବ ଏହି ୩ଟି ନୂଆ ସୁବିଧା
EPFO New Rules: PF ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ! ମିଳିବ ଏହି ୩ଟି ନୂଆ ସୁବିଧା
Published: Nov 19, 2026, 21:30 IST|Updated: Nov 19, 2026, 21:38 IST
EPFO New Rules: କର୍ମଚାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ PF ଟଙ୍କା ଉଠାଣ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ମଞ୍ଜୁରି ମିଳିଛି। ଏଣିକି ଚାକିରି ହରାଇଥିବା କିମ୍ବା ଚାକିରି ଛାଡ଼ିଥିବା କର୍ମଚାରୀଙ୍କୁ ପୂରା PF ଟଙ୍କା ଉଠାଇବା ପାଇଁ ୧୨ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ୨ ମାସ ବେକାର ରହିବା ପରେ ସେମାନେ PF ଟଙ୍କାର ସପୂର୍ଣ୍ଣ ଉଠାଣ (Full and Final Settlement) ପାଇଁ ଆବେଦନ କରିପାରିବେ।
ଚାକିରି ହରାଇବା ପରେ ଆର୍ଥିକ ସମସ୍ୟା ଭୋଗୁଥିବା କର୍ମଚାରୀଙ୍କ ପାଇଁ EPFOର ଏହି ନିଷ୍ପତ୍ତି ଆଶ୍ୱସ୍ତି ଆଣିପାରେ। ପୂର୍ବରୁ ଚାକିରି ଛାଡ଼ିବା କିମ୍ବା ବେକାର ହେବା ପରେ PF ଖାତାରୁ ତୁରନ୍ତ ସମସ୍ତ ଟଙ୍କା ଉଠାଇବା ସମ୍ଭବ ନଥିଲା।
1/7PF ବାଲାନ୍ସ
ଅକ୍ଟୋବର ୨୦୨୫ରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ, କର୍ମଚାରୀ ଚାକିରି ଛାଡ଼ିବା ପରେ ନିଜ PF ବାଲାନ୍ସର ୭୫ ପ୍ରତିଶତ ଟଙ୍କା ଉଠାଇପାରୁଥିଲେ। ବାକି ୨୫ ପ୍ରତିଶତ ଟଙ୍କା ଉଠାଇବା ପାଇଁ ୧୨ ମାସ ପର୍ଯ୍ୟନ୍ତ ବେକାର ରହିବାକୁ ପଡ଼ୁଥିଲା।
2/7EPFO ବୋର୍ଡ
କିନ୍ତୁ ଏବେ EPFO ବୋର୍ଡ ଏହି ୧୨ ମାସର ସର୍ତ୍ତକୁ ହଟାଇ ପୂର୍ବରୁ ଥିବା ୨ ମାସର ଅପେକ୍ଷା ସମୟକୁ ପୁଣି ଲାଗୁ କରିବାକୁ ମଞ୍ଜୁରି ଦେଇଛି। ଫଳରେ ଚାକିରି ଛାଡ଼ିବା ପରେ ଦୁଇ ମାସ ବେକାର ରହିଲେ କର୍ମଚାରୀ ପୂରା PF ଟଙ୍କା ଉଠାଇବା ପାଇଁ ଆବେଦନ କରିପାରିବେ।
3/7ସିଷ୍ଟମାଟିକ୍ ୱିଥଡ୍ରଲ୍ ପ୍ଲାନ୍
କେବଳ PF ଉଠାଣ ନୁହେଁ, ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ମଧ୍ୟ EPFO ଆଣିବାକୁ ଯାଉଛି ଏକ ନୂଆ ସୁବିଧା। ଏହାର ନାମ ହେଉଛି ସିଷ୍ଟମାଟିକ୍ ୱିଥଡ୍ରଲ୍ ପ୍ଲାନ୍ (Systematic Withdrawal Plan - SWP)।
ଏହି ଯୋଜନା ଅନୁଯାୟୀ, ଅବସର ନେଉଥିବା କର୍ମଚାରୀ ନିଜ PF ଖାତାରେ ଜମା ଥିବା ସମସ୍ତ ଟଙ୍କା ଏକାଥରକେ ଉଠାଇବା ପରିବର୍ତ୍ତେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ଉଠାଇପାରିବେ।
ଏହାଦ୍ୱାରା ଅବସର ପରେ ମଧ୍ୟ କର୍ମଚାରୀଙ୍କୁ ନିୟମିତ ଆର୍ଥିକ ସହାୟତା ମିଳିପାରିବ। ଅବଶିଷ୍ଟ ଟଙ୍କା PF ଖାତାରେ ସୁରକ୍ଷିତ ରହିବ। ଏହା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଘର ଖର୍ଚ୍ଚ ଓ ଅନ୍ୟାନ୍ୟ ଆବଶ୍ୟକତା ପରିଚାଳନାରେ ସହାୟକ ହେବ।
4/7ଆବଶ୍ୟକୀୟ ସଂଶୋଧନ
ଏହି ସୁବିଧା ଆରମ୍ଭ କରିବା ପାଇଁ EPFOକୁ EPF ଯୋଜନାରେ ଆବଶ୍ୟକୀୟ ସଂଶୋଧନ କରିବାକୁ ପଡ଼ିବ। ଆସନ୍ତା ଦୁଇ ମାସ ମଧ୍ୟରେ ଏହା ଲାଗୁ ହେବାର ଆଶା ରହିଛି।
PF ଉଠାଣ ନିୟମରେ ପରିବର୍ତ୍ତନ ସହ EPFOର ନିବେଶ କ୍ଷେତ୍ରରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।
5/7EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ
EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (Central Board of Trustees) ପକ୍ଷରୁ ସଂଗଠନର ବାର୍ଷିକ ଆୟର ୩ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବିକଳ୍ପ ନିବେଶ ପାଣ୍ଠି (Alternative Investment Funds - AIFs) ଏବଂ ଷ୍ଟାର୍ଟଅପ୍ରେ ନିବେଶ କରିବା ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି।
ଏହାଦ୍ୱାରା EPFO ନିଜର ପାରମ୍ପରିକ ନିବେଶ ବିକଳ୍ପ ବ୍ୟତୀତ ନୂଆ ନିବେଶ ସୁଯୋଗ ଖୋଜିପାରିବ।
6/7ଲକ୍ଷ ଲକ୍ଷ PF ସଦସ୍ୟଙ୍କ ପାଇଁ ଉପକାରୀ ହୋଇପାରେ
EPFOର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ PF ସଦସ୍ୟଙ୍କ ପାଇଁ ଉପକାରୀ ହୋଇପାରେ। ବିଶେଷକରି ଚାକିରି ହରାଇଥିବା କର୍ମଚାରୀଙ୍କୁ ନିଜର ଜମା ଟଙ୍କା ପାଇବା ପାଇଁ ଦୀର୍ଘ ୧୨ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ଦୁଇ ମାସ ପରେ ପୂରା PF ବାଲାନ୍ସ ଉଠାଣ ପାଇଁ ଆବେଦନ କରିବାର ସୁଯୋଗ ମିଳିବ।
ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ SWP ସୁବିଧା ଏକ ନୂଆ ଆର୍ଥିକ ବିକଳ୍ପ ହୋଇପାରେ।
7/7PF ସଦସ୍ୟଙ୍କ ଆର୍ଥିକ ସୁବିଧା
ମୋଟାମୋଟି, PF ସଦସ୍ୟଙ୍କ ଆର୍ଥିକ ସୁବିଧା, ବେକାର ସମୟରେ ଟଙ୍କା ଉଠାଣ ଏବଂ ଅବସର ପରେ ନିୟମିତ ଆୟର ବ୍ୟବସ୍ଥାକୁ ସହଜ କରିବା ଦିଗରେ EPFOର ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।