Love Horoscope: ୨୦ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!
Published: Nov 19, 2026, 18:45 IST|Updated: Nov 19, 2026, 18:49 IST
Love Horoscope: ଜ୍ୟୋତିଷ ଗଣନା ଅନୁସାରେ ନଭେମ୍ବର ୨୦ ତାରିଖ, ଶୁକ୍ରବାର କିଛି ରାଶିର ଜାତକଙ୍କ ପାଇଁ ପ୍ରେମ ଜୀବନରେ ଖୁସି ଓ ନୂଆ ଅନୁଭୂତି ନେଇ ଆସିପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଧୁର ହେବା ସହ ପରସ୍ପର ମଧ୍ୟରେ ବୁଝାମଣା ଓ ନିକଟତା ବଢ଼ିବାର ଯୋଗ ରହିଛି।
ଅନ୍ୟପଟେ କିଛି ରାଶିର ଲୋକଙ୍କୁ ସମ୍ପର୍କରେ ମତଭେଦ ଓ ମାନସିକ ଦ୍ୱନ୍ଦ୍ୱର ସାମ୍ନା କରିବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା, ୧୨ଟି ରାଶି ପାଇଁ ଆଜିର ଦିନ ପ୍ରେମ ଜୀବନ ଦୃଷ୍ଟିରୁ କିପରି ରହିବ।
1/13ମେଷ ରାଶି:
ଆଜି ମେଷ ରାଶିର ଜାତକଙ୍କ ପ୍ରେମ ଜୀବନ ଭଲ ରହିବ। ଜୀବନସାଥୀଙ୍କ ସହ କୌଣସି ଛୋଟ କଥାକୁ ନେଇ ଚାଲିଥିବା ମନୋମାଳିନ୍ୟ ଦୂର ହୋଇପାରେ। ଉଭୟଙ୍କ ମଧ୍ୟରେ ପୁଣି ଭଲ ବୁଝାମଣା ସୃଷ୍ଟି ହେବ। ଅବିବାହିତ ଜାତକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ଆଗମନ ହୋଇପାରେ।
2/13ବୃଷ ରାଶି:
ବୃଷ ରାଶିର ଜାତକଙ୍କ ପାଇଁ ଆଜିର ଦିନ ରୋମାଣ୍ଟିକ୍ ରହିପାରେ। ନିଜ କ୍ରସ୍ଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିପାରେ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ନିକଟତା ବଢ଼ିବ। ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। କୌଣସି ଲକ୍ଷ୍ୟ ପୂରଣରେ ଜୀବନସାଥୀଙ୍କ ସହଯୋଗ ମିଳିବ।
3/13ମିଥୁନ ରାଶି
ମିଥୁନ ରାଶିର ଜାତକଙ୍କ ପ୍ରେମ ଜୀବନରେ ଆଜି ଖୁସି ଭରିପାରେ। ଆପଣଙ୍କୁ ଖୁସି କରିବା ପାଇଁ ସାଥୀ କିଛି ବିଶେଷ କାମ କରିପାରନ୍ତି। ଏହାଦ୍ୱାରା ସମ୍ପର୍କରେ ପ୍ରେମ, ବିଶ୍ୱାସ ଓ ବୁଝାମଣା ବଢ଼ିବ। ଦିନଟି ଆପଣଙ୍କ ପାଇଁ ସ୍ମରଣୀୟ ହୋଇପାରେ।
4/13କର୍କଟ ରାଶି
କର୍କଟ ରାଶିର ଜାତକ ଆଜି ନିଜ ସାଥୀଙ୍କ ସହ ଦୀର୍ଘ ଯାତ୍ରା କିମ୍ବା ବିଦେଶ ଭ୍ରମଣର ଯୋଜନା କରିପାରନ୍ତି। ଏକାଠି ସମୟ ବିତାଇବା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହେବ। ଅବିବାହିତଙ୍କ ଜୀବନରେ ଏକ ନୂଆ ସମ୍ପର୍କର ଆରମ୍ଭ ହେବାର ସମ୍ଭାବନା ରହିଛି।
5/13ସିଂହ ରାଶି
ସିଂହ ରାଶିର ଜାତକଙ୍କୁ ଆଜି ନିଜ କଥାବାର୍ତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ସାଥୀଙ୍କ ସହ ଘରୋଇ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। କଥାବାର୍ତ୍ତା ସମୟରେ ଏପରି କୌଣସି ଶବ୍ଦ ବ୍ୟବହାର କରନ୍ତୁ ନାହିଁ, ଯାହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିବ।
6/13କନ୍ୟା ରାଶି
କନ୍ୟା ରାଶିର ଜାତକଙ୍କୁ ଆଜି ପ୍ରେମ ସମ୍ପର୍କ ସହ ନିଜର ଦୈନନ୍ଦିନ କାର୍ଯ୍ୟ ଓ ଦାୟିତ୍ୱ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ପ୍ରେମରେ ଅଧିକ ବ୍ୟସ୍ତ ରହି ଜରୁରୀ କାମକୁ ଅଣଦେଖା କରନ୍ତୁ ନାହିଁ। ସମ୍ପର୍କ ଓ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ଆବଶ୍ୟକ।
7/13ତୁଳା ରାଶି
ତୁଳା ରାଶିର ଜାତକଙ୍କ ପାଇଁ ଆଜି ଏକ ଖାସ୍ ଦିନ ହୋଇପାରେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି। କୌଣସି ବନ୍ଧୁ ଆପଣଙ୍କୁ ଯାତ୍ରାରେ ନେଇପାରନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଓ ନିକଟତା ବଢ଼ିପାରେ।
8/13ବିଛା ରାଶି
ବିଛା ରାଶିର ଜାତକଙ୍କ ଧ୍ୟାନ ଆଜି ନିଜ କ୍ରସ୍ଙ୍କ ସ୍ୱାସ୍ଥ୍ୟ କିମ୍ବା ବ୍ୟକ୍ତିଗତ ସମସ୍ୟା ଉପରେ ରହିପାରେ। ସମ୍ପର୍କରେ ତରବରିଆ ନିଷ୍ପତ୍ତି ନନେଇ ଧୀରେ ଧୀରେ ବିଶ୍ୱାସ ଗଢ଼ିବାକୁ ଚେଷ୍ଟା କରନ୍ତୁ। ଦିନ ଶେଷରେ କୌଣସି ବଡ଼ ଉପହାର ମିଳିବାର ସଙ୍କେତ ରହିଛି।
9/13ଧନୁ ରାଶି
ଧନୁ ରାଶିର ଜାତକ ଆଜି ନିଜ ଜୀବନସାଥୀଙ୍କ ସହ କିଛି ସୁନ୍ଦର ଓ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇପାରନ୍ତି। ପରସ୍ପରକୁ ଅଧିକ ବୁଝିବା ଓ ଏକାଠି ସମୟ ବିତାଇବା ଦ୍ୱାରା ସମ୍ପର୍କରେ ମଧୁରତା ବଢ଼ିବ। ତେବେ କୌଣସି ବିଶେଷ ବନ୍ଧୁତାକୁ ନେଇ ନିଜ ମନର ଭାବନା ବୁଝିବା ପାଇଁ ଏହା ଉପଯୁକ୍ତ ସମୟ।
10/13ମକର ରାଶି
ମକର ରାଶିର ଜାତକଙ୍କୁ ଆଜି ଛୋଟ ଛୋଟ କଥାରେ ଯୁକ୍ତିତର୍କ କରିବାରୁ ଦୂରେଇ ରହିବା ଉଚିତ। ଅବିବାହିତ ଜାତକ କୌଣସି ବିଶେଷ ବନ୍ଧୁଙ୍କ ସହ ଲଙ୍ଗ୍ ଡ୍ରାଇଭ୍ରେ ଯାଇ ଭଲ ସମୟ ବିତାଇପାରନ୍ତି। ଅଯଥା ଯୁକ୍ତିତର୍କ ସମ୍ପର୍କରେ ଦୂରତା ବଢ଼ାଇପାରେ।
11/13କୁମ୍ଭ ରାଶି
କୁମ୍ଭ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଓ ବିଶ୍ୱାସ ବଢ଼ିବାର ଦିନ। ଆପଣଙ୍କ ସାଥୀ ବିନା ଦ୍ୱିଧାରେ ନିଜ ମନର କଥା ଓ ଭାବନା ପ୍ରକାଶ କରିପାରନ୍ତି। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ବୁଝାମଣା ମଜଭୁତ ହେବ। ଅବିବାହିତଙ୍କ ମନ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରେ।
12/13 ମୀନ ରାଶି:
ମୀନ ରାଶିର ଅବିବାହିତ ଜାତକଙ୍କ ଏକତରଫା ପ୍ରେମ ଆଜି ମଧ୍ୟ ଜାରି ରହିପାରେ। କେତେକ ଲୋକ ପୁରୁଣା ସ୍ମୃତି ଓ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ ଚିନ୍ତାରେ ବୁଡ଼ି ରହିପାରନ୍ତି। ପୁରୁଣା କଥା ମନେ ପକାଇ ଭାବପ୍ରବଣ ହୋଇପାରନ୍ତି। ତେଣୁ ମନକୁ ଶାନ୍ତ ରଖିବା ସହ ଆଗାମୀ ଦିନ ଉପରେ ଧ୍ୟାନ ଦିଅନ୍ତୁ।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।