• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /Ollywood: ପ୍ରତୀକ୍ଷା ପରେ ଦଶାହ, ଅନୁପମଙ୍କ ନୂଆ ସିନେମାର ଶୁଭ ମହୁରତ

Ollywood: ପ୍ରତୀକ୍ଷା ପରେ ଦଶାହ, ଅନୁପମଙ୍କ ନୂଆ ସିନେମାର ଶୁଭ ମହୁରତ

'ଦଶାହ' କେବଳ ଏକ ସିନେମା ନୁହେଁ, ବରଂ ଏହା ଓଡ଼ିଶାର ମାଟି, ପରମ୍ପରା, ଆବେଗ ଏବଂ ଜୀବନ-ମୃତ୍ୟୁର ରହସ୍ୟ ଉପରେ ଆଧାରିତ ଏକ ନିଆରା କାହାଣୀ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 20, 2026, 16:14 IST|Updated: Nov 20, 2026, 16:30 IST
joinshare
Ollywood: ପ୍ରତୀକ୍ଷା ପରେ ଦଶାହ, ଅନୁପମଙ୍କ ନୂଆ ସିନେମାର ଶୁଭ ମହୁରତ
Image Credit: ZEE Odisha News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Ollywood: ପ୍ରତୀକ୍ଷା ପରେ ଦଶାହ, ଅନୁପମଙ୍କ ନୂଆ ସିନେମାର ଶୁଭ ମହୁରତ

Ollywood: ପ୍ରତୀକ୍ଷା ପରେ ଦଶାହ, ଅନୁପମଙ୍କ ନୂଆ ସିନେମାର ଶୁଭ ମହୁରତ

2

ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

3

Flood Update: ବାତ୍ୟା ପରେ ବନ୍ୟା ସ୍ଥିତି ହେବ କି ନାହିଁ ସ୍ପଷ୍ଟ କଲେ ସର୍ବୋଚ୍ଚ ଯନ୍ତ୍ରୀ

4

Flights Cancelled: ବାତ୍ୟା 'ଅକ୍‌ୱାନ୍‌' ଏହିସବୁ ରୁଟ୍ ରେ ଫ୍ଲାଇଟ୍ ବାତିଲ୍, ଦେଖନ୍ତୁ ତାଲିକା

5

Cyclone Update: ବାତ୍ୟା 'ଅକ୍‌ୱାନ୍‌' କୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି!

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Ollywood: ଓଲିଉଡର ଚର୍ଚ୍ଚିତ ତଥା ଲୋକପ୍ରିୟ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିଜର ଆଗାମୀ ସିନେମା 'ଦଶାହ'ର ଶୁଭ ମହୁରତ ହନୁମାନ ମନ୍ଦିର ପ୍ରାଙ୍ଗଣରେ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ସଂଘମିତ୍ରା ବେହେରାଙ୍କ ସମେତ ସମସ୍ତ କାଷ୍ଟ ଏବଂ କ୍ରି୍ୟୁ ଏକାଠି ହୋଇଥିଲେ ।

'ଦଶାହ' କେବଳ ଏକ ସିନେମା ନୁହେଁ, ବରଂ ଏହା ଓଡ଼ିଶାର ମାଟି, ପରମ୍ପରା, ଆବେଗ ଏବଂ ଜୀବନ-ମୃତ୍ୟୁର ରହସ୍ୟ ଉପରେ ଆଧାରିତ ଏକ ନିଆରା କାହାଣୀ। "କିଛି ବିଦାୟ କେବେ ବି ଅନ୍ତିମ ନୁହେଁ" - ଏହି ସ୍ପର୍ଶକାତର ଟ୍ୟାଗଲାଇନ୍ ସହିତ ନିର୍ଦ୍ଦେଶକ ଦର୍ଶକଙ୍କୁ ଏକ ଅଦେଖା ଦୁନିଆକୁ ନେଇଯିବାର ସଙ୍କେତ ଦେଇଛନ୍ତି। ଯେଉଁମାନେ 'ପ୍ରତୀକ୍ଷା'କୁ ନିଜର କରିଥିଲେ, ସେହି ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଅନୁପମ ଏହି ନୂଆ ପ୍ରୋଜେକ୍ଟକୁ ଉତ୍ସର୍ଗ କରୁଥିବା କଥା କହିଥିଲେ ।

ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଏବଂ ଶୁଭମ୍ ସିନେ ପ୍ରଡକସନ୍ସର ମିଳିତ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ବର୍ଷା ପଟ୍ଟନାୟକ ଏବଂ ସଂଘମିତ୍ରା ବେହେରା । ବରିଷ୍ଠ ଅଭିନେତା ରତନ ମେହେର, ସୁକାନ୍ତ ରଥ, ମନ୍ମୟ ଦେ, ନିରଞ୍ଜନ ମହାପାତ୍ର, ଉମା, ଭବାନୀ, ଖୋକନ, ହାରୀ,  ଅଭିନେତ୍ରୀ ସୋମା ଭୌମିକ, ମମତା ପଣ୍ଡା, ସମର୍ପିତା ଦାଶ ଏବଂ ଶିଶୁ କଳାକାର ଶିଭମ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ଏହାର ଚିତ୍ରତ୍ତୋଳନ ଦାୟିତ୍ୱ ସବୁଥର ପରି ଦୀପକ କୁମାର ରହିଛନ୍ତି ଏବଂ ରଶ୍ମି ରଞ୍ଜନ ଦାଶ ସମ୍ପାଦନା ଦାୟିତ୍ୱ ବହନ କରିଛନ୍ତି । ସଂଳାପ ସୌମ୍ୟ ରଞ୍ଜନ ପଣ୍ଡା ଏବଂ ଅନୁପମ ପଟ୍ଟନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଆଶୀଷ ପ୍ରଧାନ ଏବଂ ଅନୁରାଗ ପଟ୍ଟନାୟକ ଦେଇଛନ୍ତି । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଗୋପାଳ ଚନ୍ଦ୍ର ଘଡେଇ ଏବଂ ପ୍ରଚାର ଓ ପ୍ରସାର ଦାୟିତ୍ୱ ପ୍ରଣୟ ଜେଠୀ ତୁଲାଉଛନ୍ତି ।

ତେବେ, ନିଜର ନିଖୁଣ କାହାଣୀ କହିବାର ଶୈଳୀ ପାଇଁ ପ୍ରଶଂସା ସାଉଁଟିଥିବା ଅନୁପମ ପଟ୍ଟନାୟକ, ଏବେ 'ଦଶାହ' ଜରିଆରେ ମୃତ୍ୟୁ ପରର ରହସ୍ୟ ଓ ପାରମ୍ପରିକ ଆବେଗକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି। ଦଶାହ, ସିନେମା ଜଗତରେ ଏକ ନୂଆ ଉତ୍ସାହ ଖେଳାଇବ ଏବଂ ଦର୍ଶକ ଏହି ନୂତନ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି ।

Also Read- ନଭେମ୍ବର ୨୨ରେ ଦେଖନ୍ତୁ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

Add Zee News as a Preferred Source
TAGS:
Entertainment News