Srimandir Viral Video: ପୁଣି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍। ଶ୍ରୀମନ୍ଦିର ଭିତର ବେଢ଼ା ସମେତ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ସୂଚନା ଅନୁସାରେ, ୪ ଦିନ ତଳେ 'flywithminu' ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍ ସହ ବେଳାଭୂମିର ଦୃଶ୍ୟ ଥିବା ଏକ ଭିଡିଓ ପୋଷ୍ଟ ହୋଇଥିଲା। ସେହିପରି ଅକ୍ଟୋବର ୩୧ ତାରିଖରୁ 'sailor lens' ନାମକ ଅନ୍ୟ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଶ୍ରୀମନ୍ଦିର ଭିତର ବେଢ଼ାର ଡ୍ରୋନ୍ ଭିଜୁଆଲ୍ ଭାଇରାଲ୍ ହେଉଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଥିବା ସତ୍ତ୍ୱେ ଏଭଳି ଭିଡିଓ କିପରି ସୁଟିଂ ହେଉଛି, ତାହାକୁ ନେଇ