Viral Video: ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏଭଳି ଏକ ଅପ୍ରୀତିକର ଘଟଣା ଘଟିଛି। ବନ୍ୟା ପରବର୍ତ୍ତୀ ସମସ୍ୟା ଓ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ହଠାତ୍ ଉତ୍ତେଜନାର ରୂପ ନେଇଥିଲା। ଏହି ସମୟରେ ବିଧାୟକଙ୍କୁ ଲୋକେ ଘେରିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟା ସ୍ଥିତି ଓ ଏହାର ପରବର୍ତ୍ତୀ ପରିସ୍ଥିତି ସମୀକ୍ଷା କରିବାକୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯାଇଥିଲେ। ତେବେ ବନ୍ୟା ପରେ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଦୁର୍ଦ୍ଦଶାକୁ ନେଇ ସେଠାରେ ଅସନ୍ତୋଷ ରହିଥିଲା।