Debrigarh Tiger Viral Video: ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ଜଙ୍ଗଲର ରୋମାଞ୍ଚକର ଦୃଶ୍ୟ। ଗୋଟିଏ ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ ସମ୍ବର ଶିକାର କରି ଖାଉଥିବା ଦୃଶ୍ୟକୁ କିଛି ପର୍ଯ୍ୟଟକ ନିଜ ଆଖିରେ ଦେଖିଛନ୍ତି। ସୂଚନା ଅନୁସାରେ, ଗତକାଲି ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ମହାବଳ ବାଘକୁ ଦେଖିଥିଲେ ପର୍ଯ୍ୟଟକ। ବାଘଟି ଏକ ସମ୍ବରକୁ ଶିକାର କରି ଖାଉଥିବା ଦୃଶ୍ୟ ସେମାନଙ୍କ ପାଇଁ ବେଶ୍ ରୋମାଞ୍ଚକର ଅନୁଭୂତି ଥିଲା। ଜଙ୍ଗଲରେ ବାଘର ଏଭଳି ଶିକାର ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ଉତ୍ସାହିତ ହୋଇଥିବା ଜଣାପଡ଼ିଛି।